Latest Odisha News

ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ; ଲାଞ୍ଚ ନେଇ ଧରାପଡିଲେ ତହସିଲଦାର

ସୋନେପୁର: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଛନ୍ତି ସରକାରୀ ବାବୁ। ଦରମା ଟଙ୍କାରେ ପୁରୁନି ପେଟ। ବାବୁଙ୍କ ଦରକାର ମୋଟା ଅଙ୍କର ଲାଞ୍ଚ।

ଆମେ କହୁଛୁ ସୋନପୁର ଜିଲ୍ଲା ତରବା ତହସିଲଦାର ସୁବ୍ରତ ବେହେରାଙ୍କ କଥା। ସୋମବାର ଦିନ ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ ଟିମ୍।

ସୁଚାନୁଯାୟୀ, ତହସିଲଦାର ତାଙ୍କ ସରକାରୀ ବାସଭବନରେ ଜମି ପଞ୍ଜିକରଣ ପାଇଁ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି।

ତରବା ବ୍ଲକ ଅନ୍ତର୍ଗତ ଘାଟକଇଁତରା ଗ୍ରାମର କାହ୍ନୁ ଚରଣ ଦାସଙ୍କ ଅଭିଯୋଗ ଆଧାରରେ ଭିଜିଲାନ୍ସ୍ ପକ୍ଷରୁ ଏହି ଏହି ଜାଲ ବିଛାଯାଇଥିଲା। ଅଭିଯୋଗକାରୀଙ୍କ ଜମି ପଞ୍ଜିକରଣ ପାଇଁ ତହସିଲଦାର ତାଙ୍କଠାରୁ ଲାଞ୍ଚ ମାଗିଥିଲେ। ଏନେଇ ସେ ଭିଜିଲାନ୍ସ ର ସହାୟତା ନେଇଥିବା ବେଳେ ଭିଜିଲାନ୍ସ ଟିମ ତହସିଲଦାରଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ତହସିଲଦାରଙ୍କୁ ସୋନେପୁରକୁ ନିଆଯାଇଥିବା ସୂତ୍ରରୁ ପ୍ରକାଶ।

Leave A Reply

Your email address will not be published.