Latest Odisha News

BREAKING NEWS

ଆଜି ‘ପେଟ୍ରୋଲିଅମ୍‌ ଦିବସ’

ଆଜି ହେଉଛି ‘ପେଟ୍ରୋଲିଅମ୍‌ ଦିବସ’। ଏହା ଏଭଳି ଏକ ଶକ୍ତି ଉତ୍ସ ବା ଇନ୍ଧନ, ଯାହାର ବ୍ୟବହାର ଦ୍ୱାରା ସମାଜ ଆଗକୁ ବଢିବାରେ ସକ୍ଷମ ହୋଇପାରିଛି। ଏହା ପ୍ରଦୂଷଣର ପ୍ରମୁଖ କାରଣ। ଏହା ଅସରନ୍ତି ନୁହେଁ। ଯଦି ସରିଯାଏ ତେବେ ଏହାକୁ ପାଇବା ମଧ୍ୟ କଷ୍ଟକର। ବିଶ୍ୱ‌ର ମୁଖ୍ୟ ପ୍ରଦୂଷକ ମଧ୍ୟରେ ଏହା ଅନ୍ୟତମ। ଏହା ଯେ କେବଳ ଗାଡ଼ି-ମୋଟର ଚଳାଚଳରେ ବ୍ୟବହୃତ ହେଉଛି, ତା’ ନୁହେଁ ପ୍ଲାଷ୍ଟିକ୍‌, ଡିଟର‌୍‌ଜେଣ୍ଟ୍‌, ରବର‌୍‌, ସାର, କୀଟନାଶକ, ରଙ୍ଗ, ପ୍ରସାଧନ ସାମଗ୍ରୀ, ମହମବତି ଏବଂ ଔଷଧ ଆଦି ପ୍ରସ୍ତୁତିରେ ମଧ୍ୟ ଏହାର ବହୁଳ ବ୍ୟବହାର କରାଯାଉଛି।

ଏହା ବିନା ଆଗକୁ ବଢିବା ଏଯାଏ ଅସମ୍ଭବ ମନେ ହେଉଛି।  କାରଣ, ଏହାର ବହୁ ବିକଳ୍ପ ଥିଲେ ବି କୌଣସିଟି ଏହାର ସମକକ୍ଷ ନୁହେଁ। ଏହାର ବ୍ୟବହାର ବହୁ ପ୍ରାଚୀନ କାଳରୁ ହୋଇଆସୁଛି। ବେବିଲୋନ୍‌ବାସୀ ଏହା ବ୍ୟବହାର କରୁଥିଲେ। ପର୍ସିଆନ୍‌ମାନେ ଏହା ସାହାଯ୍ୟରେ ଔଷଧ ତିଆରି କରୁଥିଲେ। ସ୍କଟିସ୍‌ ରସାୟନ ବିଜ୍ଞାନୀ ଜେମ୍‌ସ ୟଙ୍ଗ୍‌ ଏହାର ବିଶୋଧନ ପଦ୍ଧତି ବିକଶିତ କରିବା ପରେ କିରୋସିନ୍‌ ଜନ୍ମ ନେଇଥିଲା। ବିଶ୍ୱ‌ର ସର୍ବାଧିକ ପେଟ୍ରୋଲିଅମ୍‌ ରୁଷିଆ, ଆମେରିକା, ମଧ୍ୟ ପ୍ରାଚ୍ୟ, କାନାଡା ଓ ଭେନିଜୁଏଲାରେ ଗଚ୍ଛିତ ଅଛି।

Leave A Reply

Your email address will not be published.