ମଥୁରା: ଲାଲୁ ପ୍ରସାଦ ଯାଦବଙ୍କ ପୁତ୍ର ତେଜପ୍ରତାପ ଯାଦବ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଚାହିଁଥାନ୍ତି । ତେବେ ତାଙ୍କ ଉଦ୍ୟମ ଅବଶ୍ୟ ମନୋରଞ୍ଜନର ଖୋରାକ ଯୋଗାଇଥାଏ । ତେଜପ୍ରତାପ ଯମୁନା କୂଳରେ ଇ-ସାଇକେଲ ଧରି ବୁଲୁଥିବାରୁ ଦେଖିବାକୁ ମିଳିଥିଲା । ବ୍ୟାଟେରୀ ସାଇକେଲରେ ସେ ହଳଦିଆ ରଙ୍ଗରେ ଧୋତି ଓ ଶାଲ ପିନ୍ଧି ବିଭିନ୍ନ ମନ୍ଦିର ପରିକ୍ରମା କରିଥିଲେ । କିଛି ଦୂରରେ ସୁରକ୍ଷାକର୍ମୀମାନେ ମଧ୍ୟ ଅନ୍ୟ ସାଇକେଲରେ ତାଙ୍କ ପଛେ ପଛେ ଯାଉଥିଲେ ।
ତେଜପ୍ରତାପ ସର୍ବଦା ଶ୍ରୀକୃଷ୍ଣଙ୍କୁ ଅନୁକରଣ କରିଥାନ୍ତି । କେତେବେଳେ ବଂଶୀ ବଜାନ୍ତି ଆଉ କେବେ କେବେ ଗାଇ ଗୋଠ ନେଇ ଯାଇଥାନ୍ତି । ତାଙ୍କର ଏହି ନିଆରା ଶୈଳୀ ପ୍ରଶଂସକଙ୍କୁ ପସନ୍ଦ ଆସିଥାଏ ।
Comments are closed.