Latest Odisha News

BREAKING NEWS

ପୁରୁଣା ଗାଡି ଉପରେ ଲାଗୁ ହେବ ଗ୍ରୀନ୍ ଟ୍ୟକ୍ସ , କେନ୍ଦ୍ର ସରକାର ଜାରି କଲେ ନିର୍ଦ୍ଦେଶାବଳୀ 

ଭୁବନେଶ୍ବର: ଓଡିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟରେ ପ୍ରଦୂଷଣ ହ୍ରାସ କରିବା ଲାଗି ପୁରୁଣା ଗାଡି ଉପରେ ଗ୍ରୀନ ଟାକ୍ସ ଲାଗୁ ପାଇଁ କେନ୍ଦ୍ର ସରକାର ଚିଠି ଲେଖିଛନ୍ତି । କେତେ ବର୍ଷର ପୁରୁଣା ଗାଡି ଉପରେ କେତେ ଟଙ୍କାର ଟାକ୍ସ ଲାଗୁ ହେବ ତାହା ମଧ୍ୟ ଏଥିରେ ସ୍ପଷ୍ଟ କରାଯାଇଛି । 

ଟ୍ରାନ୍ସପୋର୍ଟ ଯାନ ବାହନ ଯଦି ୮ ବର୍ଷରୁ ପୁରୁଣା ହୋଇଥାଏ, ତାହେଲେ ଏହା ଉପରେ ସଡ଼କ ଟାକ୍ସର ବାର୍ଷିକ ୧୦ରୁ ୨୫ ପ୍ରତିଶତ ପର୍ଯ୍ୟନ୍ତ ଟାକ୍ସ ଲାଗୁ ହେବ ।

ସେହିପରି ପବ୍ଲିକ ଟ୍ରାନ୍ସପୋର୍ଟରେ ବ୍ୟବହୃତ ଗାଡି, ଯାଥା ସିଟି ବସ, ଇଣ୍ଟର-ଷ୍ଟେଟ୍‌ ବସ ଓ ସ୍କୁଲ ବସ ଆଦି ଉପରେ ଟାକ୍ସ ଲାଗୁ କରାଯିବ । ନନ୍‌ –ଟ୍ରାନ୍ସପୋର୍ଟ ଯାନ ଯଦି ୧୫ ବର୍ଷର ପୁରୁଣା ହୋଇଥିବ, ତାହେଲେ ଏ କ୍ଷେତ୍ରରେ ସେହିସବୁ ଗାଡି ଉପରେ ଗ୍ରୀନ ଟାକ୍ସ ଲାଗୁ କରାଯିବ । ଗାଡି ପଞ୍ଜିକରଣ ନବୀକରଣ ସମୟରେ ଏହି ଟାକ୍ସ ନିଆଯିବ । ୫ ବର୍ଷ ପାଇଁ ଏହି ଟାକ୍ସ ନିଆଯିବ । ଦେଶର ୭ଟି ରାଜ୍ୟରେ ଏହି ଟାକ୍ସ ଲାଗୁ ହୋଇଛି ।

Leave A Reply

Your email address will not be published.