Latest Odisha News

BREAKING NEWS

ଇଣ୍ଡିଆନ୍ ଏୟାର ଫୋର୍ସରେ ତେଜସ୍‌ ଉଡ଼ାଉଥିବା ପାଇଲଟଙ୍କୁ ମଳିଥାଏ କେତେ ଟଙ୍କା ? ଜାଣନ୍ତୁ ଡିଟେଲ୍ସ..

ନୂଆଦିଲ୍ଲୀ: ଦୁବାଇ ଏୟାର ଶୋ’ରେ ଶୁକ୍ରବାର ଦିନ ସ୍ୱଦେଶୀ ତେଜସ୍ ଲଢୁଆ ବିମାନର ଏକ ବଡ଼ ଦୁର୍ଘଟଣା ସମସ୍ତଙ୍କୁ ଚକିତ କରିଛି । ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ତେଜସ୍ ଆକାଶରେ ରୋମାଞ୍ଚକର କରତବ ଦେଖାଉଥିବା ବେଳେ ହଠାତ୍ ଏକ ମୋଡ଼ ନେବା ସମୟରେ ବିମାନଟି ତଳକୁ ଖସିପଡ଼ିଲା। କେବଳ କିଛି ସେକେଣ୍ଡ ଭିତରେ ଅତ୍ୟଧିକ ବେଗରେ ଭୂମିରେ ଧକ୍କା ହୋଇ ପ୍ରଚଣ୍ଡ ବିସ୍ଫୋରଣ ଘଟିଲା ଏବଂ ଉଚ୍ଚ ଅଗ୍ନିଶିଖା ଉଠିଲା।

ସ୍ଥାନୀୟ ସମୟ ଅନୁଯାୟୀ ଏହି ଦୁର୍ଘଟଣା ଦିନ ପ୍ରାୟ ୨:୧୦ରେ ଘଟିଛି। ଏୟାର ଶୋ’ରେ ଉପସ୍ଥିତ ଲୋକେ ମୋବାଇଲ୍‌ରେ ଭିଡିଓ କରୁଥିବା ବେଳେ ଏହା ସମସ୍ତଙ୍କ ଆଖି ଆଗରେ ଘଟିଗଲା। ଜରୁରୀକାଳୀନ ଟିମ୍ ତୁରନ୍ତ ପହଞ୍ଚିବା ବେଳକୁ ଅନେକ କିଛି ଶେଷ ହୋଇସାରିଥିଲା। ଭାରତୀୟ ବାୟୁସେନା ତେଜସ୍‌ର କ୍ରାସ୍ ହୋଇଥିବା ସୂଚନା ଦେଇ କହିଛି ଯେ, ଦୁର୍ଘଟଣାର ତଦନ୍ତ କରାଯିବ ଏବଂ ପୂରା ପରିସ୍ଥିତି ସ୍ପଷ୍ଟ କରାଯିବ। ଏହି ଘଟଣା ପରେ ଦୁବାଇ ଏୟାର ଶୋ’କୁ କିଛି ସମୟ ପାଇଁ ବନ୍ଦ ରଖାଯାଇଛି।

ଭାରତୀୟ ବାୟୁସେନାର ପାଇଲଟ୍‌ମାନେ କଠୋର ଚୟନ, କଷ୍ଟସାଧ୍ୟ ତାଲିମ ଓ କଡ଼ା ମେଡିକାଲ ଟେଷ୍ଟ ପାସ୍ କରି ଏହି ସ୍ଥାନରେ ପହଞ୍ଚନ୍ତି। ତେଜସ୍ ଭଳି ଅତ୍ୟାଧୁନିକ ଯୁଦ୍ଧବିମାନ ଉଡ଼ାଇବା ପାଇଁ ଅସାଧାରଣ କୌଶଳ, ଦ୍ରୁତ ନିଷ୍ପତ୍ତି ନେବାର କ୍ଷମତା ଓ ଅତ୍ୟନ୍ତ ଦୃଢ଼ ମାନସିକ ସନ୍ତୁଳନର ଆବଶ୍ୟକତା ରହିଥାଏ।

ଭାରତୀୟ ବାୟୁସେନା ପାଇଲଟ୍‌ଙ୍କ ଦରମା କେତେ?
ଭାରତୀୟ ବାୟୁସେନାରେ ପାଇଲଟ୍ ହେବା ଅର୍ଥ ଉତ୍ତମ ଦରମା, ଶାନଦାର ସୁବିଧା ଓ ସମ୍ମାନଜନକ ଜୀବନ। ପାଇଲଟ୍‌ଙ୍କ ଆରମ୍ଭିକ ମୌଳିକ ଦରମା ୫୬,୧୦୦ ଟଙ୍କାରୁ ଆରମ୍ଭ ହୋଇ ଅଭିଜ୍ଞତା ବଢ଼ିବା ସହିତ ୧.୭୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଥାଏ। ଏହା ସହିତ ଫ୍ଲାଇଂ ଆଲାଉନ୍ସ, ମିଲିଟାରୀ ସର୍ଭିସ ପେ, ଟେକ୍ନିକାଲ ପେ ଓ ଅନ୍ୟାନ୍ୟ ଭତ୍ତା ମଧ୍ୟ ମିଳିଥାଏ। ଏହା ବ୍ୟତୀତ ଅନେକ ଅନ୍ୟ ସୁବିଧା ମଧ୍ୟ ପ୍ରଦାନ କରାଯାଏ।
ବାୟୁସେନାରେ ପାଇଲଟ୍ କିପରି ହେବେ?
ଭାରତୀୟ ବାୟୁସେନାରେ ପାଇଲଟ୍ ହେବା ପାଇଁ ଅନେକ ପଥ ରହିଛି। ଯେମିତି ଏନ୍‌ଡିଏ, ସିଡିଏସ୍, ଏଏଫ୍‌ସିଏଟି ଓ ଏନ୍‌ସିସି ସ୍ପେଶାଲ ଏଣ୍ଟ୍ରି। ପ୍ରତ୍ୟେକ ଏଣ୍ଟ୍ରି ପାଇଁ ଅଲଗା ବୟସ ସୀମା ଓ ନିୟମ ନିର୍ଦ୍ଧାରିତ ହୋଇଛି।

Comments are closed.