Latest Odisha News

BREAKING NEWS

ଆସନ୍ତା ବର୍ଷ ଦଶହରାରେ ରିଲିଜ ହେବ କଙ୍ଗନାଙ୍କ ତେଜସ

ମୁମ୍ବାଇ:ବଲିଉଡ କୁଇନ କଙ୍ଗନା ରାନାୱତଙ୍କ ତେଜସ ଫିଲ୍ମର ରିଲିଜ ତାରିଖ ଘୋଷଣା କରାଯାଇଛି । ଏହି ୱାର ଡ୍ରାମା ଆସନ୍ତା ବର୍ଷ ଦଶହରା ଦିନ (ଅକ୍ଟୋବର ୫) ପରଦାକୁ ଆସିବ । କଙ୍ଗନା ମଧ୍ୟ ସୋସିଆଲ ସାଇଟରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଉରୀ:ଦି ସର୍ଜିକାଲ ଷ୍ଟ୍ରାଇକ ପରେ ସେନାଙ୍କ ଉପରେ ଆରଏସଭିପିର ଏହା ଦ୍ୱିତୀୟ ଫିଲ୍ମ । ସର୍ବେଶ ମେୱାଡା ଏହାର କାହାଣୀ ଲେଖିବା ସହ ନିର୍ଦ୍ଦେଶନା ଦେଇଛନ୍ତି ।

କଙ୍ଗନା ବାୟୁସେନାର ପାଇଲଟ ତେଜସ ଗିଲଙ୍କ ଭୂମିକାରେ ଅବତୀର୍ଣ୍ଣ ହେବେ । ସେ ସୋସିଆଲ ସାଇଟରେ ଲେଖିଛନ୍ତ ଏପରି ଏକ ଏୟାରଫୋର୍ସ ପାଇଲଟଙ୍କ ଭୂମିକା କରୁଛି ଯିଏ କି ଆକାଶକୁ ତା ହାତମୁଠାକୁ ନେବାକୁ ଚାହୁଁଥିଲା । ଫିଲ୍ମରେ କଙ୍ଗନାଙ୍କ ଲୁକକୁ ଦର୍ଶକମାନେ ବେଶ ପସନ୍ଦ କରିଛନ୍ତି ।

Comments are closed.