Latest Odisha News

BREAKING NEWS

କରୋନା ମହାମାରୀ ପରେ ପ୍ରଥମ ବଲିଉଡ ଫିଲ୍ମ ଭାବେ ଚୀନରେ ରିଲିଜ ହେବ ସୁଶାନ୍ତଙ୍କ ଛିଛୋରେ

ମୁମ୍ବାଇ: କରୋନା ମହାମାରୀ ପରେ ଚୀନରେ ପ୍ରଥମ ବଲିଉଡ ଫିଲ୍ମ ଭାବେ ରିଲିଜ ହେବାକୁ ଯାଉଛି ସ୍ୱର୍ଗତଃ ସୁଶାନ୍ତ ସିଂ ରାଜପୁତଙ୍କ ଛିଛୋରେ । ୬୭ତମ ଜାତୀୟ ପୁରସ୍କାର ପାଇଥିବା ଛିଛୋରେର ଚୀନ ଭାଷା ପୋଷ୍ଟର ମଧ୍ୟ ରିଲିଜ ହୋଇସାରିଛି । ଭାରତୀୟ ବକ୍ସ ଅଫିସରେ ସୁଶାନ୍ତଙ୍କ ଏହି ଫିଲ୍ମ ୧୫୦ କୋଟିରୁ ଊର୍ଦ୍ଧ୍ୱ ବ୍ୟବସାୟ କରିଥିଲା । ଏଥିରେ ଶ୍ରଦ୍ଧା କାପୁର, ବରୁଣ ଶର୍ମା ଓ ତାହିର ରାଜ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା କରିଥିଲେ । ୭ ଜାନୁୟାରୀ ୨୦୨୨ରେ ଏହା ରିଲିଜ ହେବ ।

ଏହା ପୂର୍ବରୁ ନୀତିଶ ତିୱାରୀ ନିର୍ଦ୍ଦେଶିତ ଏବଂ ଅମୀର ଖାଁ ଅଭିନୀତ ଦଙ୍ଗଲ ଚୀନରେ ରିଲିଜ ହେବା ସହ ୧୦୦୦ କୋଟି ଆୟ କରିଥିଲା । ଭାରତୀୟ ବକ୍ସ ଅଫିସରେ ଦଙ୍ଗଲ ୩୫୦ କୋଟିରୁ ଊର୍ଦ୍ଧ୍ୱ ବ୍ୟବସାୟ କରିଥିଲା । ସୂଚନାଯୋଗ୍ୟ, ଯୁବ ଓ ଦକ୍ଷତା ସମ୍ପନ୍ନ ଅଭିନେତା ସୁଶାନ୍ତଙ୍କ ମୃତ ଦେହ ମୁମ୍ବାଇ ସ୍ଥିତି ଫ୍ଲାଟରୁୂ ମିଳିଥିଲା । ଏହି ଘଟଣା ଏବେ ମଧ୍ୟ ପ୍ରଶଂସକଙ୍କ ମନରୁ ଲିଭି ନାହିଁ ।

Leave A Reply

Your email address will not be published.