ପାଟନା: ବିହାର ନିର୍ବାଚରେ ମହାଗଠବନ୍ଧନ ସରକାର ଗଠନ ପାଇଁ ସଂଖ୍ୟା ପାଇ ନ ଥିଲେ ମଧ୍ୟ ଆରଜେଡି ନେତା ତେଜସ୍ୱୀ ଯାଦବ ଏବେ ବି ଏଥିପାଇଁ ଉଦ୍ୟମ ଜାରି କରିଛନ୍ତି । ଶୁକ୍ରବାର ସେ ଜେଲରେ ବନ୍ଦ ଥିବା ବାହୁବଳୀ ନେତା ଅନନ୍ତ ସିଂ ଓ ଅପରାଧ ପୃଷ୍ଠଭୂମି ଛାଡି ପ୍ରଥମ ଥର ନିର୍ବାଚନ ଜିତିଥିବା ରୀତଲାଲ ଯାଦବଙ୍କୁ ଆବଶ୍ୟକ ସଂଖ୍ୟା ଯୋଗାଡ ପାଇଁ ଦାୟିତ୍ୱ ଦେଇଛନ୍ତି ।
ସ୍ୱାଧୀନ ପ୍ରାର୍ଥୀ ଓ ଦୁର୍ବଳ ଦଳର ବିଧାୟକଙ୍କୁ ନିଜ ପଟକୁ ଆଣିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ସେହିପରି ଜିତନ ରାମ ମାଂଝୀ ଓ ମୁକେଶ ସାହନୀଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ଦେବା ପାଇଁ ମହାଗଠବନ୍ଧନ ଲୋଭ ଦେଖାଇ ସାରିଛି । ଏନଡିଏ ସରକାର ରାଜ୍ୟରେ ବେଶି ଦିନ ତିଷ୍ଠିବ ନାହିଁ । ସେଥିପାଇଁ ତେଜସ୍ୱୀଙ୍କ ଗୁପ୍ତ ଟିମ୍ ବିଧାୟକଙ୍କ ପଛରେ ପଡିଛନ୍ତି ।
Comments are closed.