Latest Odisha News

କରଣଙ୍କୁ ବିବାହ କରିବାର ଯୋଜନା ନାହିଁ ବୋଲି ଏପରି କହିଲେ ଅଭିନେତ୍ରୀ ତେଜ୍ୱସୀ

ମୁମ୍ବାଇ: ଛୋଟ ପରଦାର ଅଭିନେତ୍ରୀ ତେଜ୍ୱସୀ ପ୍ରତାପ ଏବେ ଖୁବ୍ ଚର୍ଚ୍ଚାରେ । ଅଭିନେତା କରଣ କୁନ୍ଦ୍ରାଙ୍କୁ ବିବାହ କରିବାର କୌଣସି ଯୋଜନା ନାହିଁ ବୋଲି ରୋକଠୋକ୍ କହିଲେ ତେଜ୍ୱସୀ । ନିକଟରେ ଏକ ସାକ୍ଷାତକାରରେ ଅଭିନେତ୍ରୀ ତେଜ୍ୱସୀ ଏପରି କହିଛନ୍ତି ।

ଛୋଟପରଦାର ଲୋକପ୍ରିୟ ରିଅଲିଟି ଶୋ’ ବିଗ୍‌ବସ୍ ସିଜିନ-୧୫ରେ ଅଭିନେତ୍ରୀ ତେଜ୍ୱସୀ ପ୍ରତାପ ଏବଂ ଅଭିନେତା କରଣ କୁନ୍ଦ୍ରାଙ୍କ ପ୍ରେମ କାହାଣୀ ଖୁବ୍ ଚର୍ଚ୍ଚାରେ ରହିଥିଲା । ସେ ସମୟରେ ସେମାନଙ୍କ ରୋମାନ୍ସକୁ ଲୋକେ କେବଳ ଟିଆରପି ପାଇଁ ଏପରି କରୁଥିବା କହୁଥିଲେ । ବିଗ୍‌ବସ୍ ଘରୁ ବାହାରିବା ପରେ ସେମାନେ ଅଧିକାଂଶ ସମୟ ଏକାଠି ନଜର ଆସିଲେ । ତେଣୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ନେଇ ଲୋକେ ସ୍ପଷ୍ଟ ହୋଇଯାଇଥିଲେ । ଏହି ପ୍ରେମୀଯୁଗଳ କେବେ ବିବାହ ବନ୍ଧନରେ ବାନ୍ଧି ହେବେ ସେନେଇ ପ୍ରଶଂସକମାନେ ଉତ୍ସୁକତା ସହ ଅପେକ୍ଷା କରିଥିଲେ । କିନ୍ତୁ ଏବେ ବିବାହ କରିବାର କୌଣସି ଯୋଜନା ନାହିଁ ବୋଲି ତେଜ୍ୱସୀ କହିବା ପରେ ପ୍ରଶଂସକମାନେ ନିରାଶ ହୋଇଛନ୍ତି ।

ନିକଟରେ ଏକ ସାକ୍ଷାତ୍‌କାରେ ତେଜ୍ୱସୀ କହିଥିଲେ ଯେ, ଏବେ ମୋର ବିବାହ କରିବାର ସମୟ ଆସିନାହିଁ । ମୋ ଉପରେ ବିବାହର କୌଣସି ଚାପ ବି ନାହିଁ । ମୁଁ ଯେତେବେଳେ ବିବାହ ପାଇଁ ମାନସିକସ୍ତରରେ ପ୍ରସ୍ତୁତ ହେବି ସେବେ ବିବାହ କରିବି । କରଣ ଭଲ ଭାବେ ଜାଣନ୍ତିି ମୁଁ ଜୀବନରେ କ’ଣ ଚାହେଁ । ଆମ ସଂପର୍କ ଖୁବ୍ ମଜବୁତ୍ ଅଛି ।

Comments are closed.