Latest Odisha News

ତେଲକୋଳେଇ ଥାନା ମାମଲା: ଦୀପାଳି ଦାସଙ୍କୁ ମିଳିଲା ଆଗୁଆ ଜାମିନ

କଟକ: ଗତ ୨୧ତାରିଖରେ ଝାରସୁଗୁଡ଼ାର ତେଲକୋଳେଇ ଥାନା ଅଞ୍ଚଳରେ ଥିବା କୋଲ ଇଣ୍ଡିଆ ଅଫିସ ସାମ୍ନାରେ ପ୍ରତିବାଦ ଧାରଣା ଘଟଣା । ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କୁ ହାଇକୋର୍ଟରୁ ମିଳିଛି ସର୍ତ୍ତମୂଳକ ଆଗୁଆ ଜାମିନ ।

ଖବର ମୁତାବକ, ସ୍ଥାନୀୟ ବିସ୍ଥାପିତଙ୍କ ସମସ୍ୟା ପୂରଣ ଦାବିରେ ଦୀପାଳି ଓ ତାଙ୍କ ସମର୍ଥକ କୋଲ ଇଣ୍ଡିଆ କାର୍ଯ୍ୟାଳୟ ସାମ୍ନାରେ ପ୍ରତିବାଦ କରୁଥିଲେ । ସେହି ସମୟରେ ବିକ୍ଷୋଭକାରୀ ଓ ପୋଲିସ ମୁହାଁମୁହିଁ ହୋଇଥିଲେ ।

ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟରେ ବାଧା ସହ ଧମକ ଚମକ ଦେବା ଅଭିଯୋଗରେ ପୋଲିସ ପକ୍ଷରୁ ଦୀପାଳି ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ଦାୟର ହୋଇଥିଲା । ଆଜି ସର୍ତ୍ତ ସହ ତାଙ୍କୁ ଆଗୁଆ ଜାମିନ ମିଳିଛି ।

କୋର୍ଟଙ୍କ ସର୍ତ୍ତ ମୁତାବକ, ସମାନ ଅପରାଧରେ ସାମିଲ ନହେବାକୁ ସର୍ତ୍ତ ରଖିବା ସହ ୩ ସପ୍ତାହ ମଧ୍ୟରେ ନିମ୍ନ ଅଦାଲତରେ ହାଜର ହୋଇ ଦୀପାଳି ଜାମିନରେ ଯାଇ ପାରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.