Latest Odisha News

ହସ୍ପିଟାଲ ଯାଇ କେସିଆରଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ

ହାଇଦ୍ରାବାଦ: ଆଜି ଡାକ୍ତରଖାନା ଯାଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଭାରତ ରାଷ୍ଟ୍ର ସମିତି (ବିଆରଏସ) ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କୁ ଭେଟିଛନ୍ତି । କେସିଆରଙ୍କୁ ଭେଟି ତାଙ୍କର ହାଲଚାଲ ପଚାରି ବୁଝିଛନ୍ତି ସିଏମ୍ ରେବନ୍ତ ରେଡ୍ଡୀ ।

ବିଆରଏସ ମୁଖ୍ୟ କେସିଆରଙ୍କୁ ଭେଟି ସାରିବା ପରେ ରେଡ୍ଡୀ ଗଣମାଧ୍ୟମକୁ କହିଛନ୍ତି ଯେ, ରାଓଙ୍କ ଚିକିତ୍ସା ପାଇଁ ଆବଶ୍ୟକ ସହାୟତା ଏବଂ ସହଯୋଗ ଯୋଗାଇବାକୁ ସେ ରାଜ୍ୟ ସ୍ବାସ୍ଥ୍ଯ ବିଭାଗ ସଚିବ ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହ ମୁଖ୍ୟମନ୍ତ୍ରୀ ରେବନ୍ତ କହିଛନ୍ତି ଯେ, ‘ମୁଁ ରାଓ ଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି ଏବଂ ଲୋକଙ୍କ ସହ ଜଡିତ ପ୍ରସଙ୍ଗ ଉଠାଇବା ପାଇଁ ତେଲେଙ୍ଗାନା ବିଧାନସଭା ଅଧିବେଶନରେ ଯୋଗଦେବାକୁ ଅନୁରୋଧ କରିଛି । ଲୋକମାନଙ୍କୁ ଭଲ ଶାସନ ଦେବା ପାଇଁ ତାଙ୍କର ପରାମର୍ଶ ଆବଶ୍ୟକ’ ।

ସୂଚନା ମୁତାବକ, ଗୁରୁବାର ରାତିରେ ଗୋଡ଼ ଖସି ଯିବାରୁ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି କେସିଆର । ତାଙ୍କୁ ହାଇଦ୍ରାବାଦ ସ୍ଥିତ ଯଶୋଦା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପଡିଯିବାରୁ ହସ୍ପିଟାଲରେ ତାଙ୍କର ହିପ୍ ରିପ୍ଲୋସମେଣ୍ଟ କରାଯାଇଥିବା ଜଣାପଡିଛି । ହସ୍ପିଟାଲରେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ କେସିଆରଙ୍କ ଚିକିତ୍ସାରେ ନିୟୋଜିତ ହୋଇଛନ୍ତି ।

Comments are closed.