Latest Odisha News

BREAKING NEWS

ଡାକ୍ତରଖାନାରେ ଭର୍ତ୍ତି ହେଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ: ଅସୁସ୍ଥ ହେଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓ । ତାଙ୍କ ତଳିପେଟରେ ସମସ୍ୟା ଯୋଗୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରବିବାର ତାଙ୍କୁ ଏକ ଘରୋଇ ସୁପର ସ୍ପେଶାଲିଟି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମେଡିକାଲ ଟେଷ୍ଟ କରାଯାଇଥିଲା। ଡାକ୍ତରୀ ପରୀକ୍ଷା କରିବା ପରେ ତାଙ୍କ ପାକସ୍ତଳୀରେ ଏକ ଛୋଟ ଅଲସର ହୋଇଥିବା ଜଣାପଡ଼ିଛି।

ଅଲ୍‌ସରକୁ ଚିକିତ୍ସା କରାଯାଉଛି। ତେବେ ଶ୍ରୀ ରାଓଙ୍କର ଅନ୍ୟ ସମସ୍ତ ରିପୋର୍ଟ ନର୍ମାଲ୍ ରହିଛି ବୋଲି ହସ୍‌ପିଟାଲ୍‌ ପକ୍ଷରୁ ସୂଚନା ଦିଆଯାଇଛି। ୬୯ ବର୍ଷୀୟା ଶ୍ରୀ ରାଓ ରବିବାର ସକାଳ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା।

ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇ ହସ୍‌ପିଟାଲ ପକ୍ଷରୁ ଏକ ବିବୃତ୍ତି ଜାରି କରି କରାଯାଇଛି। ଏଥିରେ କୁହାଯାଇଛି “ ତାଙ୍କୁ(କେସିଆର୍) ଏଆଇଜି ହସ୍‌ପିଟାଲ୍‌କୁ ଅଣାଯାଇଥିଲା। ତାଙ୍କର ସିଟି ସ୍କାନ ଓ ଇଣ୍ଡୋସ୍କୋପୀ କରିବା ପରେ ପାକସ୍ଥଳୀରେ ଏକ ଛୋଟ ଅଲସର ଥିବା ଜଣାପଡ଼ିଥିଲା। ଏହି ଛୋଟ ଅଲସରକୁ ଡାକ୍ତରୀ ଚିକିତ୍ସା ଦ୍ୱାରା ସମାଧାନ କରିହେବ। ତେବେ ଅନ୍ୟ ସବୁ ପାରାମିଟର ନର୍ମାଲ୍ ରହିଛି। ଏଥିପାଇଁ ଉପଯୁକ୍ତ ଚିକିତ୍ସା ଆରମ୍ଭ ହୋଇଯାଇଛି।”

Comments are closed.