Latest Odisha News

BREAKING NEWS

ନକଲି ସାମ୍ବାଦିକଙ୍କ ଉପରେ ବର୍ଷିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ; କହିଲେ, ଉଲଗ୍ନ କରି… 

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ବିଧାନସଭାରେ ନକଲି ସାମ୍ବାଦିକମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି।

ସେ କହିଛନ୍ତି ଯେ ସମାଲୋଚନାକୁ ଗ୍ରହଣ କରିହେବ କିନ୍ତୁ ପରିବାର ସଦସ୍ୟ ମାନଙ୍କୁ ଟାର୍ଗେଟ କରିଲେ ଏହାକୁ ଆଦୌ ସହ୍ୟ କରାଯିବ ନାହିଁ।

କିଛି ଦିନ ପୂର୍ବରୁ ଦୁଇ ମହିଳା ସାମ୍ବାଦିକ ସୋସିଆଲ ମିଡିଆରେ ତାଙ୍କ ପରିବାର ବିରୁଦ୍ଧରେ ଅଶାଳୀନ ମନ୍ତବ୍ୟ ଦେଇ ଗିରଫ ହୋଇଥିଲେ। ତେବେ ଏହି ଗିରଫଦାରୀ ସମ୍ପର୍କରେ ସେ କହିଛନ୍ତି ଯେ ଆମେ ମାନେ ସର୍ବଦା ଲୋକଲୋଚନରେ ରହି ଆସିଅଛୁ କିନ୍ତୁ ଆମ ପରିବାରକୁ କାହିଁକି ଟାର୍ଗେଟ କରାଯାଉଛି? ସାମ୍ବାଦିକତାର ନାମ ନେଇ ଅପମାନଜନକ ଖବର ପ୍ରସାର କରିବା ବନ୍ଦ ନ ହେବା ପର୍ଯ୍ୟନ୍ତ ସେ ଚୁପ୍ ରହିବେ ନାହିଁ।

ବିଧାନସଭାରେ ଭାଷଣ ଦେବା ସମୟରେ ସେ ଚେତାବନୀ ଦେଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ଯ ସେ ଚୁପ୍ ରହିବେ ନାହିଁ। ଦରକାର ପଡିଲେ ଉଲଗ୍ନ କରି ମାଡ଼ ମାରିବାକୁ ସେ ପଛଘୁଞ୍ଚା ମଧ୍ଯ ଦେବେ ନାହିଁ। ଅପରପକ୍ଷରେ ସେ ଆଇନ ପରିସର ମଧ୍ଯରେ ରହି ସମସ୍ତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ ପ୍ରକାଶ କରିଛନ୍ତି।

 

Comments are closed.