Latest Odisha News

ଗୋଡ଼ ଖସି ଯିବାରୁ ପଡିଗଲେ କେସିଆର, ଡାକ୍ତରଖାନାରେ ଭର୍ତ୍ତି

ହାଇଦ୍ରାବାଦ: ତେଲେଙ୍ଗାନା ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗୁରୁବାର ରାତିରେ ଗୋଡ ଖସି ଯିବାରୁ ପଡିଗଲେ କେସିଆର । ତାଙ୍କୁ ହାଇଦ୍ରାବାଦସ୍ଥିତ ଯଶୋଦା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଗତକାଲି ରାତିରେ କେସିଆର ତାଙ୍କର ଏରାବଲ୍ଳିସ୍ଥିତ ଫାର୍ମ ହାଉସରେ ଥିଲେ । ସେହିଠାରେ ସେ ପଡି ଯାଇଥିଲେ । କେସିଆରଙ୍କ ଝିଅ ଏହି ପଡିବା ଖବର ଟୁଇଟ କରି ଜଣାଇଥିଲେ । ପଡିଯିବା ଯୋଗୁ କେସିଆର ସାମାନ୍ୟ ଆହତ ହୋଇଛନ୍ତି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଳିଥିବା ସମର୍ଥନ ଏବଂ ଶୁଭକାମନା ଯୋଗୁ ପିତାଜୀ ଖୁବ ଶୀଘ୍ର ସୁସ୍ଥ ହେବେ ବୋଲି ସେ ଟୁଇଟରେ ଉଲ୍ଲେଖ କରିଛନ୍ତି ।

ଡିସେମ୍ବର ୩ ତାରିଖ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା । ଏଥିରେ କେସିଆରଙ୍କ ଦଳ ବିଆରଏସ ଶୋଚନୀୟ ଭାବେ ପରାଜୟ ହୋଇଥିଲେ । ଏହି ଫଳାଫଳ ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ହୋଇଥିବା କେସିଆରଙ୍କୁ ଶକ୍ତ ଧକ୍କା ଦେଇଥିଲା ।

Comments are closed.