Latest Odisha News

BREAKING NEWS

୩ଟି ରାଜ୍ୟରେ ରିସେପ୍ସନ, ୩ଲକ୍ଷ ଲୋକଙ୍କୁ ଇନଭିଟେସନ, ଜାଣନ୍ତୁ ଏହି ବିଜେପି ବିଧାୟକଙ୍କ ଗ୍ରାଣ୍ଡ ମ୍ୟାରେଜର ତାରିଖ

ହରିୟାଣା: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବିଧାୟକ ଭବ୍ୟ ବିଷ୍ଣୋଇ । ସେ ବିଜେପି ନେତା ତଥା ପୂର୍ବତନ ସାଂସଦ କୂଲଦୀପ ବିଷ୍ଣୋଇଙ୍କର ପୁଅ । ଆସନ୍ତା ଡିସେମ୍ବର ୨୨ ତାରିଖରେ ଆଇଏଏସ ପରୀ ବିଷ୍ଣୋଇଙ୍କୁ ବିବାହ କରିବେ ବିଧାୟକ ଭବ୍ୟ ବିଷ୍ଣୋଇ । ଏହି ବିବାହ ୨୦୨୩ ବର୍ଷର ସବୁଠାରୁ ମହଙ୍ଗା ବିବାହ ଭିତରୁ ଏକ ହେବ । କାରଣ ଏହି ବିବାହରେ ୩ଲକ୍ଷ ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ୪ଟି ସ୍ଥାନରେ ରିସେପ୍ସନ ପାର୍ଟି ଦିଆଯିବ । ରାଜସ୍ଥାନର ଉଦୟପୁରରେ ବିବାହ ହେବା ବେଳେ ପୁଷ୍କର, ଆଦମପୁର ଏବଂ ଦିଲ୍ଲୀରେ ବିବାହ ଭୋଜି ଦିଆଯିବା ନେଇ ସୂଚନା ମିଳିଛି ।

ଖବର ଅନୁସାରେ, ଡିସେମ୍ବର ୨୨ରେ ରାଜସ୍ଥାନର ଉଦୟପୁର ପ୍ୟାଲେସରେ ବିବାହ କରିବେ ବିଧାୟକ ଭବ୍ୟ ଓ IAS ପରୀ । ଏହାପରେ ଡିସେମ୍ବର ୨୪ରେ ରାଜସ୍ଥାନର ପୁଷ୍କରରେ ପ୍ରଥମ ବିବାହ ଭୋଜି(ରିସେପ୍ସନ) ଦିଆଯିବ । ଏହାପରେ ପୁଣି ଡିସେମ୍ବର ୨୬ରେ ଆଦମପୁରରେ ଦ୍ଵିତୀୟ ଥର ପାଇଁ ରିସେପ୍ସନ ପାର୍ଟି ଦିଆଯିବ । ଶେଷରେ ଡିସେମ୍ବର ୨୭ରେ ଦିଲ୍ଲୀରେ ତୃତୀୟ ଥର ପାଇଁ ରିସେପ୍ସନ ପାର୍ଟିର ଆୟୋଜନ କରାଯାଇଛି । ପୁଷ୍କରରେ ଆୟୋଜିତ ରିସେପ୍ସନ ପାର୍ଟିକୁ ୩୦ ରୁ ୫୦ ହଜାର ଲୋକଙ୍କୁ ନିମନ୍ତ୍ରିତ କରାଯାଇଥିବା ବେଳେ ଆଦମପୁର ରିସେପ୍ସନ ପାର୍ଟିକୁ ୧ଲକ୍ଷରୁ ଅଧିକ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି । ଏଥିରେ ଆଦମପୁର ବିଧାନସଭା ଅଞ୍ଚଳର ୫୫ ଗାଁକୁ ମଧ୍ୟ ସାମିଲ କରାଯାଇଛି । ସେହିପରି ଦିଲ୍ଲୀରେ ଆୟୋଜିତ ରେସେପ୍ସନ ପାର୍ଟିକୁ ୩୦ ରୁ ୩୫ ହଜାର ଅତିଥୀଙ୍କୁ ନିମନ୍ତ୍ରଣ କରାଯାଇଛି ।

ଭବ୍ୟ ବିଷ୍ଣୋଇ ବିଜେପି ନେତା କୂଲଦୀପ ବିଷ୍ଣୋଇଙ୍କ ପୁଅ ଏବଂ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭଜଲ ଲାଲଙ୍କ ନାତି । ଭବ୍ୟ ବିଷ୍ଣୋଇ ଆଦମପୁର ବିଧାନସଭା ଅଞ୍ଚଳର ବିଜେପି ବିଧାୟକ । ପରୀ ବିଷ୍ଣୋଇଙ୍କ ମା ଜିଆରପି ପୁଲିସ ଅଧିକାରୀ ହୋଇଥିବାବେଳେ ତାଙ୍କ ପିତା ବୃତ୍ତିରେ ଜଣେ ଆଇନଜୀବୀ । ପରୀ ଅଜମେରର ସେଣ୍ଟ ମେରି କନଭେଣ୍ଟ ସ୍କୁଲରେ ଶିକ୍ଷା ସମାପ୍ତ କରିଥିବାବେଳେ ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ କଲେଜରୁ ସ୍ନାତକୋତ୍ତର ଡିଗ୍ରୀ ସମାପ୍ତ କରିଥିଲେ । ଏହାପରେ ସେ ତିନିଥର ଚେଷ୍ଟା ପରେ ସେ ୟୁପିଏସସିରେ ସଫଳତା ପାଇଥିଲେ । ପରୀଙ୍କୁ ସିକ୍କିମ କ୍ୟାଡର ମିଳିଥିବାବେଳେ ଏବେ ହରିୟାଣା କ୍ୟାଡର ମିଳିଛି ।

 

Leave A Reply

Your email address will not be published.