ନୂଆଦିଲ୍ଲୀ: ଭିଡ଼ିଓ କଲିଂ କରୁଥିଲେ ହୋଇ ଯାଆନ୍ତୁ ସବଧାନ। ଏଣିକି ଭିଡିଓ କଲିଂ ସମୟରେ ବ୍ୟବହାରକାରୀଙ୍କୁ ଅବଲମ୍ବନ କରିବାକୁ ପଡ଼ିବ ଏହି ସବୁ ସତର୍କତା । ନଚେତ ଦେବାକୁ ପଡିପାରେ ଆଇଏସ୍ଡି ଚାର୍ଜ। ଏନେଇ ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (ଟିଆରଏଆଇ) ଏକ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।
ଯଦି ଗ୍ରାହକମାନ ମାଇକ୍ରୋସଫ୍ଟ ଟିମ୍ ବା ଜୁମ ଭଳି ଅନ୍ଲାଇନ୍ ଭିଡିଓ କଲିଂ କିମ୍ବା ମିଟିଂ ଆପ୍ଲିକେସନ୍ ପାଇଁ ଟୋଲ୍ ଫ୍ରି ନମ୍ବର ବ୍ୟବହାର କରିବେ ନାହିଁ, ତେବେ ସେମାନଙ୍କ ବିଲ ଆଇଏସ୍ଡି ଚାର୍ଜ ହାରରେ ଆସିବ। ଏହି ଆଇଏସଡି ଚାର୍ଜ ଆନ୍ତର୍ଜାତୀୟ କଲ୍ କଲେ ଲାଗୁ ହୋଇଥାଏ।
ଟେଲିକମ୍ କମ୍ପାନିଗୁଡିକ ପକ୍ଷରୁ ଗ୍ରାହକଙ୍କୁ ସ୍ପଷ୍ଟ କରାଯାଇଛି ଯେ, ଏହି ଆପଗୁଡିକରେ ଡାଏଲ୍-ଇନ୍ ଫିଚର ବ୍ୟବହାର କରି ଆନ୍ତର୍ଜାତୀୟ ନମ୍ବରରେ ଭିଡିଓ କଲ୍ କରିବା ସମୟରେ ଆଇଏସ୍ଡି ଚାର୍ଜ ଲାଗିବ।
ଟେଲିକମ୍ ରେଗୁଲେଟୋରି ଅଥରିଟି ଅଫ୍ ଇଣ୍ଡିଆ ଏବଂ ଟେଲିକମ୍ କମ୍ପାନିଗୁଡିକ ଗତ କିଛି ଦିନ ହେବ ଅତ୍ୟଧିକ ବିଲ୍ ଆସିବା ନେଇ ଅଭିଯୋଗ କରିବା ପରେ ଟ୍ରାଏ ଏସ୍ଏମ୍ଏସ୍ ଜରିଆରେ ଏହି ଆଲର୍ଟ ପଠାଇଛି।
Comments are closed.