Latest Odisha News

ବେତନଟି ବ୍ଲକରେ ୪ଜି ଟାଓ୍ବାରର ଶିଳାନ୍ୟାସ କଲେ ଟେଲିକମ ମନ୍ତ୍ରୀ

ବାରିପଦା: ପ୍ରଥମ ଥର ପାଇଁ ବେତନଟି ବ୍ଲକ ମନତାପାଳରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ୪ଜି ମୋବାଇଲ ଟାୱାରର ଶିଳାନ୍ୟାସ କରିଛନ୍ତି। ମନତାପାଳର ରହୁଥିବା ଲୋକଙ୍କ ପାଇଁ ଏହା ଏକ ଖୁସିର ମୁହୂର୍ତ୍ତ ଥିଲା । କାରଣ ପ୍ରଥମ ଥର ପାଇଁ ଦେଶର ଜଣେ କେନ୍ଦ୍ରମନ୍ତ୍ରୀ ଆସିଥିଲେ ଗାଁକୁ। ମନ୍ତ୍ରୀଙ୍କ ଗସ୍ତ ବେଳେ ସ୍ଥାନୀୟ ଲୋକଙ୍କ ଉତ୍ସାହରୁ ଲୋକେ କିଭଳି ଖୁସିବ୍ୟକ୍ତ କରିଛନ୍ତି ତାହା ଜଣାପଡ଼ିଥିଲା।

ମୟୂରଭଞ୍ଜ ଜିଲ୍ଲାରେ ପ୍ରାୟ ୯୪ଟି ମୋବାଇଲ ଟାୱାର ରହିଛି ଯାହା ଦ୍ୱାରା ସ୍ଥାନୀୟ ଲୋକେ ଡିଜିଟାଲ ସଂଯୋଗ ପାଇଁ ଉପକୃତ ହେବେ। ଉନ୍ନତ ଡାଟା ଯୋଗାଯୋଗ ସୁବିଧା ନିଯୁକ୍ତି ସୃଷ୍ଟି, ଅନଲାଇନ୍ ସେବା ର ଉପଲବ୍ଧତା, ଡିଜିଟାଲ ଅନ୍ତର୍ଭୁକ୍ତୀକରଣ ଏବଂ ସାଧାରଣ ଲୋକଙ୍କ ସଶକ୍ତୀକରଣ ସମେତ ଅନେକ ସୁଯୋଗ ପ୍ରଦାନ କରିବ ବୋଲି ସରକାର ଆଶା କରିଛନ୍ତି।

ସୂଚନାଯୋଗ୍ୟ, ପ୍ରଥମ ଥର ପାଇଁ କୌଣସି ମନ୍ତ୍ରୀ ଦୁର୍ଗମ ଗାଁ ମନାତାପାଳ ଗସ୍ତ କରିଥିଲେ। ଅଶ୍ୱିନୀ ବୈଷ୍ଣବଙ୍କ ଏହି କାର୍ଯ୍ୟକୁ ନେଇ ସ୍ଥାନୀୟ ଗ୍ରାମବାସୀ ମାନେ ଉତ୍ସାହିତ ହୋଇଥିଲେ ।  ସେହିପରି ବଡ଼ସାହି ବ୍ଲକ ଅନ୍ତର୍ଗତ ପଟିସାରୀ ଗାଁ ଓ କାହ୍ନୁପୁରା ଗାଁ ପାଇଁ ନୂଆ ଟାୱାର ଘୋଷଣା କରାଯାଇଛି।

Comments are closed.