ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଟେଲି ମେଡିସିନ୍ ସେବା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜରେ ଏହି ସେବା ମିଳିବ । କରୋନା ଯୋଗୁଁ ସାଧାରଣ ରୋଗୀ ହସ୍ପିଟାଲ ଯାଇପାରୁନଥିବାରୁ ରାଜ୍ୟ ସରକାର ଏପରି ବ୍ୟବସ୍ଥା କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ଟେଲି ମେଡିସିନ୍ ସେବା ୩୦ଟି ଜିଲ୍ଲା ମୁଖ୍ୟ ହସ୍ପିଟାଲ ଓ ୭ ମେଡିକାଲ କଲେଜରେ ମିଳିବ। ରାଉରକେଲା RGH, କ୍ୟାପିଟାଲ ହସ୍ପିଟାଲ, କଟକ ଶିଶୁଭବନ ଓ କ୍ୟାନ୍ସର ହସ୍ପିଟାଲରେ ମିଳିବ।
ମେଡିକାଲ କଲେଜରେ ୨୪ ଘଣ୍ଟିଆ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସକାଳ ୮ରୁ ସନ୍ଧ୍ୟା ୫ଟା ଯାଏ ସେବା ପ୍ରଦାନ କରାଯିବ। ଟେଲି ମେଡିସିନ୍ ସେବା ପାଇଁ ପ୍ରତି ମେଡିକାଲକୁ ୨ ମୋବାଇଲ ଓ ସିମ୍କାର୍ଡ ଯୋଗାଇ ଦେଇଛି ଓକାକ୍ ।
Comments are closed.