Latest Odisha News

BREAKING NEWS

ବିଜେପି ଓ କଂଗ୍ରେସ ଦଳକୁ ନିର୍ବାଚନ ଆୟୋଗଙ୍କ କଡା ତାଗିଦ୍

ନୂଆଦିଲ୍ଲୀ: ଉଭୟ ବିଜେପି ଓ କଂଗ୍ରେସ ଦଳକୁ ନିର୍ବାଚନ ଆୟୋଗଙ୍କ କଡା ତାଗିଦ୍ । ଉଭୟ ଦଳର ସଭାପତିଙ୍କୁ ନୋଟିସ୍ କଲେ ନିର୍ବାଚନ ଆୟୋଗ । ନିର୍ବାଚନ ଆଚରଣ ବିଧିକୁ ପାଲନ କରିବାକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ ଆୟୋଗ ।

ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କଂଗ୍ରେସ ସଭାପତି ମଲିକାର୍ଜୁନ ଖଡଗେଙ୍କୁ ନିର୍ବାଚନ ଆୟୋଗ ପକ୍ଷରୁ ନୋଟିସ ଜାରି କରାଯାଇଛି । ଭାଷାରେ ସଂଯମତା ରଖିବାକୁ ଷ୍ଟାର ପ୍ରଚାରକଙ୍କୁ ନିର୍ଦ୍ଦେଶ ଦେବାକୁ କହିଲେ ନିର୍ବାଚନ ଆୟୋଗ। ନିର୍ବାଚନ ପ୍ରଚାର ବେଳେ ଜାତି ,ସମୁଦାୟ, ଭାଷା ଓ ଧର୍ମ ଉପରେ ଟିପ୍ପଣୀ ଦେବାରୁ ବିରତ ରହିବାକୁ ନିର୍ଦ୍ଦେଶ ଦେଲେ ଇସିଆଇ ।ଏଭଳି ପ୍ରସଙ୍ଗରେ ଉଭୟ ଦଳ ରଖିଥିବା ସ୍ପଷ୍ଟୀକରଣ ନ୍ୟାୟସଂଗତ ନୁହେଁ କହିଲେ ନିର୍ବାଚନ ଆୟୋଗ ।

 

Leave A Reply

Your email address will not be published.