Latest Odisha News

BREAKING NEWS

କୋଭିଡ-୧୯ ରିଲିଫ ଫଣ୍ଡକୁ ସହଯୋଗର ହାତ ବଢ଼ାଇଲେ ତେଲୁଗୁ ସୁପରଷ୍ଟାର

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ପ୍ରଭାସ ଓ ମହେଶ ବାବୁ କରୋନା ମୁକାବିଲା ପାଇଁ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୧ କୋଟି ଟଙ୍କା ଦାନ କରିଥିବା ଘୋଷଣା କରିଛନ୍ତି । ଘାତକ କରୋନାଭାଇରସ ସହ ଲଢ଼ିବା ପାଇଁ ଅନେକ ଅଭିନେତା, ଅଭିନେତ୍ରୀ ଦାନ କରିଛନ୍ତି । ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀର ଦିବଙ୍ଗତ ଅଭିନେତା ଚିରଞ୍ଜୀବି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ କୋଟି ଟଙ୍କା ଦାନ କରି ସହଯୋଗ କରିଛନ୍ତି ।

ସେଭଳି ଆଉ ଜଣେ ସାଉଥ ସୁପରଷ୍ଟାର ରାମ ଚରଣ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡ ଏବଂ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୭୦ଲକ୍ଷ ଟଙ୍କା ଦାନ କରିଛନ୍ତି । ପବନ କଲ୍ୟାଣ ଜାତୀୟ ରିଲିଫ ଫଣ୍ଡକୁ ୧ କୋଟି ଟଙ୍କାର ସହଯୋଗ କରିଛନ୍ତି । ଏହା ସହିତ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ଏନେଇ ଅଭିନେତାମାନେ ତାଙ୍କ ନିଜସ୍ୱ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି ।

Leave A Reply

Your email address will not be published.