Latest Odisha News

BREAKING NEWS

କରୋନାଭାଇରସ ଆତଙ୍କ; ନିଜ ସ୍ମାର୍ଟଫୋନକୁ କିଭଳି କରିବେ ସଫା, ଜାଣନ୍ତୁ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶୁକ୍ରବାର ଦିନ ଏହି ସଂଖ୍ୟା ୭୦୦ ଛୁଇଁଛି । ଯାହାକୁ ନେଇ ସାରା ଦେଶରେ ଆତଙ୍କ ଖେଳିଯାଇଛି ।

ଏଭଳି ସମୟରେ ସମସ୍ତେ ସ୍ୱଚ୍ଛ ଓ ସଚେତନ ରହିବା ଉପରେ ଗୁରୁତ୍ୱ ଦେଉଛନ୍ତି । ତେବେ ଜାଣନ୍ତୁ ଦିନର ଅଧିକାଂଶ ସମୟ ମୋବାଇଲ ଓ ଲାପଟପରେ ବିତାଉଥିବା ବ୍ୟକ୍ତି କିପରି ନିଜର ସ୍ମାଟଫୋନ ତଥା ଲାପଟପକୁ ସଫା ରଖିବେ ।

ସମସ୍ତ କେବଲକୁ ହଟାଇ ଦିଅନ୍ତୁ- ସଫା କରିବା ପୂର୍ବରୁ ଡିଭାଇସର ସମସ୍ତ କେବଲ ହଟାଇ ଦିଅନ୍ତୁ । ୟୁଏସବି କେବଲ, ହେଡଫୋନ ସହ ଅନ୍ୟ କେବଲ ଗୁଡିକୁ ମଧ୍ୟ କାଢିଦିଅନ୍ତୁ ।
ସଫା କରିବା ପୂର୍ବରୁ ଫୋନର କେସ୍ ବା କଭର ହଟାଇ ଦିଅନ୍ତୁ।

କମ୍ପ୍ରେସ ଏୟାରର ବ୍ୟବହାର କରନ୍ତୁ ନାହିଁ- କମ୍ପ୍ରେସ ଏୟାରର ବ୍ୟବହାର ଜମାରୁ କରନ୍ତୁ ନାହିଁ । କମ୍ପ୍ରେସ ଏୟାରର ବ୍ୟବହାର କଲେ ଡିଭାଇସ ଭିତରେ ପୋର୍ଟ ଖରାପ ହେବାର ସମ୍ଭାବନା ଥାଏ।

ଲେନ୍ସ ସଫାରେ ବ୍ୟବହାର ହେଉଥିବା ସାମଗ୍ରୀର ବ୍ୟବହାର କରନ୍ତୁ- ଫୋନ କିମ୍ବା ଲାପଟପ ସଫା ଲାଗି ଆପଣ ନରମ କପଡାର ବ୍ୟବହାର କରନ୍ତୁ । ବିଶେଷତଃ ଚଷମା ସଫା ଲାଗି ବ୍ୟବହୃତ ହେଉଥିବା କପଡାର ବ୍ୟବହାର କରିପାରିବେ । ଆପଣ ଚାହିଁଲେ ମାଇକ୍ରୋଫାଇବର ଯୁକ୍ତ କପଡା ବ୍ୟବହାର କରିପାରିବେ, ଯାହା ଅଫଲାଇନ କିମ୍ବା ଅନଲାଇନରେ ଉପଲବ୍ଧ ।

ହାଲୁକା ଓଦା କପଡାରେ ମୋବାଇଲ ସଫା କରନ୍ତୁ- ଶୁଖିଲା କପଡାରେ ସ୍ମାଟଫୋନକୁ ସଫା କରିବା ପରେ କପଡାକୁ ହାଲୁକା ଓଦା କରନ୍ତୁ । ଆପଣ ଚାହିଁଲେ ନିଜ ଫୋନର ବ୍ରାଣ୍ଡ ତଥା କମ୍ପାନୀ ୱେବସାଇଟକୁ ଯାଇ ସଫା କରିବାର ନିୟମାବଳୀକୁ ଦେଖିପାରିବେ ।

Leave A Reply

Your email address will not be published.