ଗୌହାଟୀ: ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମର ଅଧିନାୟକ ଟେମ୍ବା ବାଭୁମାଙ୍କ ନିକଟରେ ବିଶ୍ୱ ରେକର୍ଡ ସୃଷ୍ଟି କରିବା ସୁଯୋଗ ରହିଛି । ପ୍ରଥମ ଟେଷ୍ଟରେ ବାଭୁମାଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିିକା ୩୦ ରନରେ ଭାରତକୁ ପରାସ୍ତ କରିଛି । ଅଧିନାୟକ ଭାବେ ବାଭୁମା ଏ ପର୍ଯ୍ୟନ୍ତ କୌଣସି ଟେଷ୍ଟ ହାରି ନାହାନ୍ତି । ୧୦ ଟେଷ୍ଟରେ ବିଜୟ ହୋଇଥିବା ବେଳେ ଗୋଟିଏ ଡ୍ର ରହିଛି । ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକା ଗୋଟିଏ ଟେଷ୍ଟ ହାରିଥିଲା । ତେବେ ଏଥିରେ ଆଇଡେନ ମାର୍କରାମ ଦଳର ନେତୃତ୍ୱ ନେଇଥିଲେ ।
ଗୌହାଟୀ ଟେଷ୍ଟରେ ଭାରତକୁ ହରାଇଲେ ବାଭୁମା ବିଶ୍ୱରେକର୍ଡ କରିବେ । ପ୍ରଥମ ଅଧିନାୟକ ଭାବେ ସେ ପରାଜୟ ପୂର୍ବରୁ ସର୍ବାଧିକ ମ୍ୟାଚରେ ବିଜୟୀ ହେବେ । ପୂର୍ବରୁ ଏହି ରେକର୍ଡ ଇଂଲଣ୍ଡର ମାଇକ ବ୍ରେୟରିଲିଙ୍କ ନାମରେ ଥିଲା । ସେ ୧୦ଟି ମ୍ୟାଚ ଜିତିବା ପରେ ପରାଜିତ ହୋଇଥିଲେ । ୨୬ ବର୍ଷ ପରେ ଭାରତ ମାଟିରେ ଦକ୍ଷିଣ ଆଫ୍ରିକା କ୍ଲିନ ସୁଇପ କରିବ । ସେତେବେଳେ ହ୍ୟାନ୍ସି କ୍ରୋନିଏଙ୍କ ନେତୃତ୍ୱରେ ଭାରତ ୨ ମ୍ୟାଚ ଟେଷ୍ଟ ସିରିଜରେ ପରାଜିତ ହୋଇଥିଲା ।
Comments are closed.