Latest Odisha News

BREAKING NEWS

ରାଜ୍ୟରେ ୩ରୁ ୪ ଡିଗ୍ରୀ ଖସିବ ପାରଦ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ନବରଙ୍ଗପୁର ଜିଲ୍ଲାରେ ତାପମାତ୍ରା ସର୍ବାଧିକ ୪.୯ ଡିଗ୍ରୀ ସେଲସିୟସ ହ୍ରାସ ପାଇଛି।

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ବୁଧବାର ସକାଳ ଯାଏଁ ରାଜ୍ୟରେ ଶୀତ ଲହରୀ ଜାରି ରହିବ। ଏପରିକି ଆସନ୍ତା ଦୁଇ ଦିନ ମଧ୍ୟରେ ତାପମାତ୍ରା ୩ରୁ ୪ ଡିଗ୍ରୀ ସେଲସିୟସ ହ୍ରାସ ପାଇବ।

ସେହିଭଳି ଦେଓଗଡରେ ପାରଦ ୩.୫ ଡିଗ୍ରୀ ସେଲସିୟସ ହ୍ରାସ ପାଇଥିଲା। ଯାହା ଫଳରେ ସର୍ବନିମ୍ନ ତାପମାତ୍ରା ୧୧.୧ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି।

ତେବେ ଫୁଲବାଣୀ ୭.୫ ଡିଗ୍ରୀ ସେଲସିୟସ ରହିଥିବା ବେଳେ ଦାରିଙ୍ଗବାଡିରେ ତାପମାତ୍ରା ୯ ଡିଗ୍ରୀ ସେଲସିୟସ ରହିଥିଲା।

ଭୁବନେଶ୍ୱର ଏବଂ କଟକରେ ଯଥାକ୍ରମେ ୧୫.୮ ଡିଗ୍ରୀ ସେଲସିୟସ ଏବଂ ୧୪ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି।

Comments are closed.