Latest Odisha News

BREAKING NEWS

ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ଦେଲେ ଭୀଷ୍ମ ପିତାମହ ମୁକେଶ ଖନ୍ନା

ମୁମ୍ବାଇ: ଅଯୋଧ୍ୟା ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ଦେଇଛନ୍ତି ଭୀଷ୍ମ ପିତାମହ ମୁକେଶ ଖନ୍ନା । ମୁକେଶ ଖନ୍ନା ୧.୧୧ ଲକ୍ଷ ଟଙ୍କାର ଚେକ୍ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଦେଇଛନ୍ତି । ମୁକେଶଙ୍କ ଫ୍ୟାନ୍ ପେଜ୍ ରେ ଏନେଇ ଟ୍ବିଟ୍ କରି ସୂଚନା ଦିଆଯାଇଛି ।

ଟିବିଟ୍ ରେ ଲେଖାଯାଇଛି, ‘ଆଜି ପିତାମହ ଏବଂ ପିଲାମାନଙ୍କର ଶକ୍ତିମାନ ମୁକେଶ ଖନ୍ନା ରାମ ମନ୍ଦିର ନିର୍ମାଣ ପାଣ୍ଠି ସଂକଳନ ଅଭିଯାନରେ ୧,୧୧,୧୧୧ ଟଙ୍କାର ଚେକ୍ ଅଞ୍ଚଳର ବିଧାୟକ ଅତୁଲ ଭାତଖଲକରଙ୍କୁ ପ୍ରଦାନ କରିଛିନ୍ତି । ତାଙ୍କ ସହିତ ବିଜୟ ଝା ଏବଂ ସାଇନାଥ କୁଲକର୍ଣ୍ଣି ମଧ୍ୟ ଉପସ୍ଥିତ ଥିଲେ ।

ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ସମଗ୍ର ଦେଶରେ ପାଣ୍ଠି ସଂଗ୍ରହ କାର୍ଯ୍ୟ ଚାଲିଛି । ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଅଭିନେତ୍ରୀ ଓ ସାଂସଦ ହେମାମାଳିନୀ, ତେଲଗୁ ଅଭିନେତା ପବନ କଲ୍ୟାଣଙ୍କ ପର୍ଯ୍ୟନ୍ତ ସମସ୍ତେ ରାମ ମନ୍ଦିର ନିର୍ମାଣ ପାଇଁ ନିଜ ନିଜର ସାମର୍ଥ୍ୟ ଅନୁସାରେ ଅର୍ଥ ପ୍ରଦାନ କରିଛନ୍ତି । 

ବର୍ତ୍ତମାନ ଏହି ତାଲିକାରେ ଅଭିନେତା ମୁକେଶ ଖନ୍ନାଙ୍କର ନାମ ମଧ୍ୟ ଯୋଡି ହୋଇଯାଇଛି । ଅକ୍ଷୟ କୁମାର ଏକ ଭିଡିଓ ମାଧ୍ୟମରେ ଲୋକମାନଙ୍କୁ ଶ୍ରୀରାମ ମନ୍ଦିରରେ ଯୋଗଦାନ କରିବାକୁ ନିବେଦନ ମଧ୍ୟ କରିଛନ୍ତି ।

Leave A Reply

Your email address will not be published.