ଭୁବନେଶ୍ୱର: ଆଗାମୀ ୨ ଦିନ ଯାଏଁ ଓଡିଶାର ପ୍ରାୟ ୧୧ଟି ଜିଲ୍ଲାରେ ଘନ କୁହୁଡି ଜାରି ରହିବ ବୋଲି ମଙ୍ଗଳବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ମିଳିଛି ।
ଜାତୀୟ ପାଣିପାଗ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ଆସନ୍ତା ବୁଧବାର ଦିନ ରାଜ୍ୟର ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, ଜଗତସିଂହପୁର, କନ୍ଧମାଳ ଏବଂ ଗୁରୁବାର ଦିନ ବେଳକୁ କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, କୋରାପୁଟ, ନୟାଗଡ, ଅନୁଗୁଳ, ଯାଜପୁର ଓ ଭଦ୍ରକ ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡି ଜାରି ରହିବ ।
ଏହାବ୍ୟତିତ ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ଦିନ ଓ ରାତିର ତାପମାତ୍ରା ଧିରେଧିରେ ବୃଦ୍ଧି ପାଇବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି ।
ଆହୁରି ମଧ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାର ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଜିଲ୍ଲାଗୁଡିକର ରାତିର ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଥିଲା । ସୋନପୁରରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ, ଫୁଲବାଣୀ (୯.୩), ଅନୁଗୁଳ (୯,୬) ରହିଥିଲା ।
ଏହାବ୍ୟତିତ କଟକ ଓ ଭୁବନେଶ୍ୱରରେ ପାରଦ ଯଥାକ୍ରମେ (୩୧.୮) ଏବଂ (୩୨.୨) ଡିଗ୍ରୀ ସେଲସିୟସ୍ ରହିଛି ।
Comments are closed.