Latest Odisha News

BREAKING NEWS

ଦିନବେଳା ତାପମାତ୍ରା ଛୁଇଁଲାଣି ୩୮ ଡିଗ୍ରୀ, ଆହୁରି ବଢ଼ିବା ସମ୍ଭାବନା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ରବିବାର ପୂର୍ବାନୁମାନ କରିଛି ଯେ, ଆସନ୍ତା ଚାରିରୁ ପାଞ୍ଚ ଦିନ ମଧ୍ୟରେ ଓଡ଼ିଶାରେ ଦିନବେଳା ତାପମାତ୍ରା ସ୍ୱାଭାବିକ ତାପମାତ୍ରାଠାରୁ ଦୁଇରୁ ତିନି ଡିଗ୍ରି ଯାଏ ବଢ଼ିବ। ସାରା ରାଜ୍ୟରେ ପ୍ରବଳ ଗରମ ଅନୁଭୂତ ହେଉଥିବା ବେଳେ ଆଇଏମଡିର ଏହି ଘୋଷଣା ଲୋକଙ୍କୁ ଚିନ୍ତାରେ ପକାଇଛି।

ରବିବାର ୮ଟି ସହରର ତାପମାତ୍ରା ୩୮ ଡିଗ୍ରୀ ଉପରେ ରହିଥିଲା। ଉଭୟ ସମ୍ବଲପୁର ଓ ତାଳଚେରରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୮.୬ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱରରେ ମଧ୍ୟ ଦିନର ପାରଦ ୩୮ ଡିଗ୍ରୀ ଉପରେ ରହିଛି। ଅନ୍ୟ ୧୪ଟି ସହରରେ ଦିନର ତାପମାତ୍ରା ୩୭ ଡିଗ୍ରି ଉପରେ ରହିଥିଲା।

ରିପୋର୍ଟରେ କୁହାଯାଇଛି ଯେ, ଏହିସବୁ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇବା ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ମଧ୍ୟାହ୍ନ ୧୨ଟା ପରେ ରାସ୍ତାଘାଟ ଏକ ପ୍ରକାର ଜନଶୂନ୍ୟ ହୋଇପଡ଼ିଥିଲା। ଲୋକମାନେ ବାହାରକୁ ବାହାରିବା ପରିବର୍ତ୍ତେ ଘର ଭିତରକୁ ଚାଲିଯିବାକୁ ପସନ୍ଦ କରିଥିଲେ। ଯେଉଁମାନେ କାମରେ ବ୍ୟସ୍ତ ଥିଲେ ସେମାନେ ରାସ୍ତାରେ ଥିଲେ। ପ୍ରବଳ ଖରାରୁ ରକ୍ଷା ପାଇବା ପାଇଁ ସାଇକେଲ୍ ଆରୋହୀ ଓ ପଥଚାରୀମାନେ ମୁଣ୍ଡରେ ଛତା ଓ ଗାମୁଛା ଲଗାଇଥିବା ଦେଖିବାକୁ ମିଳିଛି।

Comments are closed.