Latest Odisha News

BREAKING NEWS

ଆଜିଠୁ କୋରାପୁଟରୁ ଗଡିବ ଲକ୍ଷ୍ମୀ ବସ୍ : ଭିସିରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

କୋରାପୁଟ : ମାର୍ଗଶୀର ୩ୟ ଗୁରୁବାର ଅର୍ଥାତ୍ ଆଜିଠୁ କୋରାପୁଟ ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ ବସ୍ । ଲାଣ୍ଡିଗୁଡା ସ୍ଥିତ ସରକାରୀ କଲେଜ ପଡିଆରେ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିବେ । ଜିଲ୍ଲାର ୧୪ଟି ବ୍ଲକର ପ୍ରାୟ ୫୦ଟି ରୁଟରେ ୪୩ଟି ଲକ୍ଷ୍ମୀ ବସ ଚଳାଚଳ କରିବ ।

ଏହି ବସ ସେବା ଆରମ୍ଭ ହେଲେ ଜିଲ୍ଲାର ଗ୍ରାମାଞ୍ଚଳ ଗୁଡିକରେ ଥିବା ଦିନ ମଜୁରିଆ , ମହିଳା , ଛାତ୍ରଛାତ୍ରୀ ଏବଂ ଚାଷୀମାନେ ଉପକୃତ ହେବେ । ଲକ୍ଷ୍ମୀ ଯୋଜନାରେ ଗ୍ରାମାଞ୍ଚଳରେ ପରିବହନ ସେବାକୁ ମଜଭୁତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ବର୍ତ୍ତମାନ ସୁଦ୍ଧା ମାଲକାନଗିରି, ଗଜପତି, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହୋଇସାରିଛି ।

Leave A Reply

Your email address will not be published.