Latest Odisha News

Weather update: ଦିନକୁ ଦିନ ଖସୁଛି ପାରଦ; କଟକ ଓ ଭୁବନେଶ୍ୱରରେ ୧୪ ଡିଗ୍ରୀ ତଳେ ପାରଦ

ଭୁବନେଶ୍ବର: ରାଜ୍ୟରେ ଖସୁଛି ପାରଦ।  ଶନିବାର ଝାରସୁଗୁଡ଼ା ଓ ଫୁଲବାଣୀରେ ରାତି ତାପମାତ୍ରା ୧୦ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏପଟେ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ଥଣ୍ଡା ଅନୁଭୂତ ହେବ । ଆସନ୍ତା ୩ ଦିନ ଯାଏଁ ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତିତ ରହିବାର ସମ୍ଭାବନା ରହିଛି । ଏହାପରେ ୨ରୁ ୩ ଡିଗ୍ରୀ ବଢ଼ିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଅନ୍ୟପଟେ ଓଡ଼ିଶାର ଦାର୍ଜିଲିଂ ଜି. ଉଦୟଗିରି ପାରଦ ୭ଡିଗ୍ରିରେ ପହଁଚିଥିବା ରେକର୍ଡ କରିଛି ଆଞ୍ଚଳିକ କୃଷି ଗବେଷଣା ଏବଂ ପରାମର୍ଶ କେନ୍ଦ୍ର ।

ଚଳିତ ବର୍ଷ ବିଳମ୍ବରେ ଶୀତ ଆରମ୍ବ ହୋଇଥିବା ବେଳେ ହଠାତ ପାରଦ କମିବା ଯୋଗୁଁ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି । ସେହିପରି ଗତ ୪ଦିନ ହେବ କଟକ, ଭୁବନେଶ୍ବରରେ ମଧ୍ୟ ପାରଦ ୧୪ଡିଗ୍ରୀକୁ ଖସିଆସିଛି ।

Comments are closed.