Latest Odisha News

BREAKING NEWS

Weather Update: ରାଜ୍ୟରେ ଅସମ୍ଭାଳ ତାତି, ଉପକୂଳିଆ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: କାଳବାଶାଖୀର ପ୍ରକୋପ କମିଲା ପରେ ଏବେ ରାଜ୍ୟରେ ଅନୁଭୂତ ହେଲାଣି ଅସମ୍ଭାଳ ତାତି। ଆସନ୍ତା ମଙ୍ଗଳବାର ଯାଏ ରାଜ୍ୟରେ ଗ୍ରୀଷ୍ମଲହରୀ ଲାଗିପାରେ। ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ଖରା ଓ ତାତି ଅନୁଭୂତ ହେବ। ଏଭଳି ଆକଳନ କରିଛି ପାଣିପାଗ ବିଭାଗ। ସୋମବାରଠାରୁ ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ବଢ଼ିବ ବୋଲି ଆକଳନରେ କୁହାଯାଇଛି।

ରବିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଭୀଷଣ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇପାରେ । ୧୩ ତାରିଖ ମଧ୍ୟ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ଗରମ ହେବ। ସମ୍ବଲପୁର, ବଲାଙ୍ଗିର ଓ ବରଗଡ଼ରେ ଗ୍ରୀଷ୍ମଲହରୀ ରହିପାରେ। ୧୪ ତାରିଖ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଭୀଷଣ ଗରମ ଓ ଗୁଳୁଗୁଳି ହୋଇପାରେ।

ସମ୍ବଲପୁର, ବଲାଙ୍ଗିର ଓ ବରଗଡ଼ରେ ଗ୍ରୀଷ୍ମଲହରୀ ଜାରି ରହିବ । ୧୫ ଓ ୧୬ ତାରିଖରେ ବି ଗରମରୁ ତ୍ରାହି ମିଳିବନି । ଶନିବାର ବୌଦ୍ଧରେ ଦିନ ତାପମାତ୍ରା ସର୍ବାଧିକ ୩୯.୩ ଡିଗ୍ରୀ ରହିଥିଲା । ପାରଳାଖେମୁଣ୍ଡିରେ ୩୯, ହୀରାକୁଦରେ ୩୮.୮, ଝାରସୁଗୁଡ଼ାରେ ୩୮.୪, ତାଳଚେର, ନୟାଗଡ଼ ଓ ଭବାନୀପାଟଣାରେ ୩୮ ଡିଗ୍ରୀ ଥିଲା।

Leave A Reply

Your email address will not be published.