Latest Odisha News

BREAKING NEWS

ଆଜିଠୁ ରାଜ୍ୟରେ ଟାଇଁ ଟାଇଁ ଖରା

ଭୁବନେଶ୍ଵର: କମିଲାଣି ଶୀତ, ଆଜିଠୁ ବଢିବ ତାତି । ଆଗାମୀ ୪ରୁ ୫ ଦିନ ଯାଏଁ ଦିନ ଓ ରାତିର ତାପମାତ୍ରା ବଢିବ । ସେହିପରି ଆଗାମୀ ୫ରୁ ୭ ଦିନ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ହେବା ସହ କିଛି ସ୍ଥାନରେ ତାପମାତ୍ରା ୩୪-୩୫ ରହିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଉପକୂଳ ଓଡ଼ିଶାର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ।

ଦିନ ତାପମାତ୍ରା ଆସନ୍ତା ୩୧ ପରଠାରୁ କ୍ରମାଗତ ଭାବେ ବୃଦ୍ଧି ପାଇବ । ଫେବ୍ରୁଆରୀ ୨ ତାରିଖବେଳକୁ ଦିନ ତାପମାତ୍ରା ରେକର୍ଡ ଭାଙ୍ଗିପାରେ । ଆସନ୍ତା ୨୪ ଘଣ୍ଟା ପରେ ରାତି ତାପମାତ୍ରା ପ୍ରାୟ ୨ରୁ ୪ ଡିଗ୍ରୀ ସେଲସିୟସ୍‌ ବଢ଼ିବ । ସେପଟେ ଆହୁରି ଦୁଇ ଦିନ କଲବଲ କରିବ ଘନ କୁହୁଡି । ୪୮ ଘଣ୍ଟା ପାଇଁ ଘନ କୁହୁଡ଼ି ନେଇ ୟେଲୋ ଆଲର୍ଟ ଜାରି ହୋଇଛି । ଆସନ୍ତାକାଲି ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରିଛି ବିଭାଗ ।

ଗତ ୨୪ ଘଣ୍ଟାରେ ବରଗଡ଼ ଓ ନୂଆପଡ଼ାରେ ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରୀ ସେଲସିୟସ୍‌ ଥିବାବେଳେ ସମ୍ବଲପୁର ୩୨.୮, ଝାରସୁଗୁଡ଼ା ୩୨.୫, ପାରଳାଖେମୁଣ୍ଡି ୩୨, ଭବାନୀପାଟଣା ୩୨, ଭୁବନେଶ୍ୱର ୩୧.୫, ବଲାଙ୍ଗୀର ୩୧.୯, ସୁନ୍ଦରଗଡ଼ ୩୧.୯, ବୌଦ୍ଧ ୩୧.୮, ହୀରାକୁଦ ୩୧.୬, ଭଦ୍ରକ ୩୧.୫, ସୋନପୁର ୩୧.୪ ମାଲକାନଗିରି ୩୧.୩, ଜଗତସିଂହପୁର ୩୧.୨, ନବରଙ୍ଗପୁର ୩୧ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି ।

Comments are closed.