Latest Odisha News

BREAKING NEWS

ତାତିରୁ ନିସ୍ତାର ନାହିଁ: ସାଢ଼େ ୧୧ ରେ ୪୨ ଡିଗ୍ରୀ ଟପିଲା ତାପମାତ୍ରା

ଭୁବନେଶ୍ୱର :ସାରା ରାଜ୍ୟରେ କଲବଲ କରୁଛି ତାତି । ରାଜ୍ୟରେ ଅସହ୍ୟ ଗୁଳୁଗୁଳି ସହ ପ୍ରବଳ ଗରମରେ ହନ୍ତସନ୍ତ ହେଉଛନ୍ତି ଲୋକେ । ଏପଟେ ଆଜି ସାଢ଼େ ୧୧ ରେ ୪୨ ଡିଗ୍ରୀ ଟପିଲା ତାପମାତ୍ରା ।

ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ା ତାପମାତ୍ରା ୪୨.୨ ଡିଗ୍ରୀସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ କରାଯାଇଛି । ସମ୍ବଲପୁରରେ ୪୨, ହୀରାକୁଦରେ  ୪୦.୪, ରାଉରକେଲାରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ୩୩.୫ ତାପମାତ୍ରା କିନ୍ତୁ ଆର୍ଦ୍ରତା ୭୮ ପ୍ରତିଶତ ରହିଛି ।

ସେହିପରି କେନ୍ଦୁଝର ୩୩.୪, ପାରାଦୀପ ୩୩.୧ , ଚାନ୍ଦବାଲି ୩୨.୮ ଓ ବାଲେଶ୍ବର ୩୧ .୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଆର୍ଦ୍ରତା ବେଶି ଯୋଗୁଁ ଅତ୍ୟଧିକ ଗୁଳୁଗୁଳି ଅନୁଭୂତ ହେଉଛି ।

Leave A Reply

Your email address will not be published.