Latest Odisha News

BREAKING NEWS

ମନ୍ଦିରରୁ ଚୋରି କରିବା ପାଇଁ ଖୋଳିଥିବା ସୁଡଙ୍ଗରେ ଫସିଲା ଚୋର

ହାଇଦ୍ରାବାଦ: ଯିଏ ଯେମିତି କାର୍ଯ୍ୟ କରିବ ତାକୁ ସେମିତି ଦଣ୍ଡ ମିଳିବ । ଏ ଭଳି ଏକ ଘଟଣା ଆନ୍ଧ୍ରପ୍ରଦେଶରେ ସମ୍ମୁଖକୁ ଆସିଛି । ଏଠାକାର ଶ୍ରୀକାକୁଲମରେ ଥିବା ଜାମି ୟେଲମ୍ମା ମନ୍ଦିରରୁ ଚୋରି କରିବା ପାଇଁ ଚୋର ସୁଡଙ୍ଗ ଖୋଳିଥିଲା । ଏହା ମଧ୍ୟ ଦେଇ ସେ ମନ୍ଦିର ଭିତରକୁ ଯାଇଥିଲା । ସେଠାରୁ ଠାକୁରଙ୍କ ଅଳଙ୍କାର ଚୋରି କରିବା ପରେ ବାହାରକୁ ଆସିବା ବେଳେ ଅଧା ବାଟରେ ଅଟକି ଯାଇଥିଲା । ଯେତେ ଚେଷ୍ଟା କଲେ ମଧ୍ୟ ସେ ଏଥିରୁ ବାହାରି ପାରି ନ ଥିଲା ।

ଶେଷରେ ନିଜ ବଂଚାଇବା ପାଇଁ ଲୋକଙ୍କୁ ପାଟି କରି ଡାକିଥିଲା । ସେଠାରେ ପଂହଚିବା ପରେ ମନ୍ଦିରର ପୂଜକ ଅନ୍ୟ ଭକ୍ତମାନେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ । ଦୀର୍ଘ ସମୟ ଚେଷ୍ଟା ପରେ ଚୋରକୁ ଉଦ୍ଧାର କରାଯାଇ ପାରିଥିଲା । ଏହା ପରେ ଅବଶ୍ୟ ସ୍ଥାନୀୟ ବାସିନ୍ଦା ତାକୁ ପୋଲିସ ଜିମାରେ ଦେଇଥିଲେ । ଘଟଣାଟି ଏବେ ସେଠାରେ ଆଲୋଚନାର ବିଷୟ ସାଜିଛି ।

Leave A Reply

Your email address will not be published.