Latest Odisha News

BREAKING NEWS

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟରେ ଭୀମ ଭୋଇ ଚେୟାର ପ୍ରତିଷ୍ଠା

ଗତ ବର୍ଷ ଧର୍ମେନ୍ଦ୍ର ପ୍ରଧାନ ୟୁଜିସିକୁ ଗବେଷଣା କରିବାକୁ ଦେଇଥିଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଓଡ଼ିଶାର ମହାନ ସନ୍ଥ କବି ତଥା ମହିମା ଧର୍ମର ମହାନ ପ୍ରଚାରକ ଭୀମ ଭୋଇଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ସମ୍ମାନ ପ୍ରଦର୍ଶନ । ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ କାଳଜୟୀ କବି ସନ୍ଥ ଭୀମ ଭୋଇଙ୍କ ନାମରେ ପ୍ରତିଷ୍ଠା ହେବ ଚେୟାର । ସୋମବାର ୟୁଜିସି ଯୁଗ୍ମ ସଚିବ ଜିତେନ୍ଦ୍ର କୁମାର ତ୍ରିପାଠୀ ଏ ସଂକ୍ରାନ୍ତରେ ଚିଠି ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ମାର୍ଚ୍ଚ ୩ ତାରିଖରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ୟୁଜିସିକୁ ଭୀମ ଭୋଇଙ୍କ ନାମରେ ଚେୟାର ପ୍ରତିଷ୍ଠା ଲାଗି ଚିଠି ଲେଖିଥିଲା । ଯାହା ୟୁଜିସି ୫୫୬ ତମ ବୈଠକରେ ଅନୁମୋଦିତ ହୋଇଥିଲା । ଗତକାଲି ୟୁଜିସି ଯୁଗ୍ମ ସଚିବ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ଚିଠି ଲେଖି ଚେୟାର ପ୍ରତିଷ୍ଠା ଲାଗି ନିର୍ଦ୍ଦେଶ ଦେଇଛନ୍ତି ।

ଏହି ବିଷୟରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଟ୍ୱିଟ କରି ୟୁଜିସି ପଦକ୍ଷେପକୁ ସ୍ୱାଗତଯୋଗ୍ୟ କହିଛନ୍ତି । ଧର୍ମେନ୍ଦ୍ର ତାଙ୍କର ଗତବର୍ଷର ଏକ ଟ୍ୱିଟ କୋଟ୍ କରି ଏହି କଥା ଲେଖିଛନ୍ତି । ଗତବର୍ଷ ଧର୍ମେନ୍ଦ୍ର ରେଢ଼ାଖୋଲ ଗସ୍ତ ସମୟରେ ଭୀମ ଭୋଇଙ୍କ ଉପରେ ଗବେଷଣା କରିବାକୁ ୟୁଜିସିକୁ ନିର୍ଦ୍ଦେଶ ଦେଇଥିଲେ ।

ଫଳସ୍ୱରୂପ, ୟୁଜିସି ନିଷ୍ପତ୍ତିକୁ ଧର୍ମେନ୍ଦ୍ର ପ୍ରଶଂସା କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଓ ଛତିଶଗଡ଼ ବିଳାସପୁରର ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟରେ ଭୀମ ଭୋଇଙ୍କ ଚେୟାର ପ୍ରତିଷ୍ଠା ହେଉଥିବା ଖବର ଟ୍ୱିଟ କରିଛନ୍ତି ।

Leave A Reply

Your email address will not be published.