ପୁରୀ : ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ହୋଇଥିବାରୁ ବଡ ଧରଣର ବନ୍ୟାର ବିଭୀଷିକା ଦେଖିବାକୁ ମିଳୁଛି । କେଉଁଠି ପୋଲ ଉପରେ ପାଣି ଚାଲୁଛି ତ କେଉଁଠି ନଦୀ ବନ୍ଧ ଭାଙ୍ଗି ଗାଁ ବୁଡିଲାଣି । ଅନେକ ଧନ ଜୀବନ ନଷ୍ଟ ହେବାର ଖବର ଆସୁଛି । ପୁରୀ ଜିଲ୍ଲା କୁଶଭଦ୍ରା ନଦୀ ବନ୍ୟା ଜଳରେ ବୁଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ହୋଇଥିବା ବ୍ୟକ୍ତି ହେଉଛନ୍ତି ଅଡଙ୍ଗେଇ ପୀଠ ପୂଜକ । ମୃତକ ହେଉଛନ୍ତି ଗୋପ ଥାନା ଅନ୍ତର୍ଗତ ଶୋଳପୁର ଗ୍ରାମର କବିରାଜ ପଣ୍ଡା ବୋଲି ଜଣାପଡିଛି। ସୂଚନା ଥାଉକି ଆଜି ସକାଳେ ଗୋପ ଥାନା ଅନ୍ତର୍ଗତ ଶୋଳପୁର ଗ୍ରାମର ,ମା ଅଡଙ୍ଗେଇ ପୀଠ ପୂଜକ କବିରାଜ ପଣ୍ଡା ସକାଳୁ ନଦୀକୁ ସ୍ନାନ କରିବାକୁ ଯାଇଥିବା ବେଳେ ବନ୍ୟା ଜଳ ସ୍ରୋତରେ ଭାସି ଯାଇଥିଲେ। ଫଳରେ ବନ୍ୟା ଜଳରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଏହି ଘଟଣା ପରେ ଗ୍ରାମରେ ଶୋକାକୋଳ ପରିବେଶ ଖେଳି ଯାଇଛି। ତେବେ ତାଙ୍କ ପରିବାର ବର୍ଗ ଭରଣପୋଷଣ କିଭଳି ହେବ ସେ ନେଇ ହତାଶ ହୋଇ ପଡିଛନ୍ତି କବିରାଜ ଙ୍କ ପରିବାର ଲୋକେ। ମାନବିକତା ଦୃଷ୍ଟି କୋଣରୁ ତୁରନ୍ତ ସରକାରୀ ସାହାର୍ଯ୍ୟ ସହ ପରିବାରଙ୍କୁ କ୍ଷତିପୂରଣ ଦେବା ପାଇଁ ଷୋଳପୁର ଗ୍ରାମବାସୀ ଦାବି କରିଛନ୍ତି।
BREAKING NEWS
- ସିନ୍ଧେକେଲାରେ ସଶସ୍ତ୍ର ଡକାୟତି, ୫ କେଜିର ସୁନା ଓ ରୂପା ଗହଣା ଜବତ
- China’s Monster Dam: ନେପାଳ ବିପର୍ଯ୍ୟୟ ପରେ ଚିନ୍ତା ବଢ଼ାଇଲା ଚୀନର ‘ଓ୍ବାଟର ବୋମା’! ଭାରତ ପାଇଁ ବଡ଼ ବିପଦର ସଙ୍କେତ?
- ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ
- ନେପାଳରେ ଓଡ଼ିଆ ଖେଳାଳି ସୁରକ୍ଷିତ: ମନ୍ତ୍ରୀ
- ନୂଆ ପରିବହନ ନୀତିକୁ ନେଇ ଚର୍ଚ୍ଚା: ବାତିଲ୍ ହେବ ୨୦ ଲକ୍ଷ ଗାଡ଼ିର ଆର୍ସି
- କାନପୁରରେ ବଡ଼ ବିମାନ ଦୁର୍ଘଟଣା: ତାଲିମପ୍ରାପ୍ତ ୨ ପାଇଲଟଙ୍କ ମୃତ୍ୟୁ
- ଯାତ୍ରା କଳାକାର ପୀୟୁଷ ତ୍ରିପାଠି ଅସୁସ୍ଥ, ମଞ୍ଚ ଉପରେ ପଡ଼ିଗଲେ..
- ମଝି ସମୁଦ୍ରରେ ପଣ୍ୟବାହୀ ଜାହାଜ ବୁଡିଯିବା ଘଟଣା: ପାରାଦ୍ଵୀପ ପହଞ୍ଚିଲେ ଉଦ୍ଧାର ହୋଇଥିବା ୨ କ୍ର୍ୟୁ ସଦସ୍ୟ
- ରାଉରକେଲା ସର୍କିଟ ହାଉସ ମାମଲା; ବିହାରରୁ ଗିରଫ ଯୁବ ନେତା ପ୍ରକାଶ ପାସୱାନ ଗିରଫ
- Kailash Mansarovar: ନେପାଳ ବନ୍ୟାରେ ଭାସିଗଲେ ଶହ ଶହ କୈଳାସ ମାନସରୋବର ତୀର୍ଥଯାତ୍ରୀ! ଜାଣନ୍ତୁ କେତେ କଷ୍ଟକର ଏହି ଯାତ୍ରା…କେଉଁ ବାଟ ଦେଇ ଯାଆନ୍ତି ଭାରତୀୟ?

Comments are closed.