Latest Odisha News

BREAKING NEWS

ଭାରତର ଏହି ମନ୍ଦିରରେ ପୁରୁଷ ଭକ୍ତ ଯିବା ମନା

ପୁରୀ: ଭାରତରେ ଏପରି ମନ୍ଦିର ଅଛି ଯେଉଁଠାକୁ ପୁରୁଷ ଭକ୍ତ ଯିବା ମନା । ଏଠାକୁ କେବଳ ମହିଳା ଭକ୍ତମାନେ ଯାଇପାରିବେ । ଆସନ୍ତୁ ସେଭଳି କିଛି ମନ୍ଦିର ବିଷୟରେ ଜାଣିବା
କନ୍ୟାକୁମାରୀରର କୁମାରୀ ଅମାନ ମନ୍ଦିର: କନ୍ୟାକୁମାରୀରେ ରହିଛି କୁମାରୀ ଅମନାନ ମନ୍ଦିର । ଏଠାରେ ମାଆ ଭଗବତୀ ଦୁର୍ଗା ପୂଜା ପାଇଥାନ୍ତି । ଲୋକକଥା ଅନୁସାରେ ପାର୍ବତୀ ପ୍ରଭୂ ଶିବଙ୍କୁ ସ୍ୱାମୀ ଭାବେ ପାଇବା ପାଇଁ ଏଠାରେ ପୂଜା କରିଥିଲେ । ସେଥିପାଇଁ କେବଳ ମହିଳାମାନଙ୍କୁ ଏଠାରେ ପୂଜା କରିବା ପାଇଁ ଅନୁମତି ମିଳିଥାଏ ।ମାତା ମନ୍ଦିର (ବିହାର): ବିହାରର ମୁଜାଫର ନଗରରେ ରହିଛି ମାତା ମନ୍ଦିର । ଏଠାରେ ପୂଜକଙ୍କୁ ମଧ୍ୟ ଦେବୀଙ୍କ ନିକଟକୁ ଯିବା ମନା । ପିରିୟଡ ସମୟରେ ମହିଳା ଭକ୍ତମାନେ ଏଠାକୁ ଆସିଥାନ୍ତି । ଲୋକକଥା ଅନୁସାରେ ଏଠାରେ ପୂଜା ପାଉଥିବା ଦେବୀଙ୍କୁ ଆରାଧାନ କଲେ ସମ୍ପୂର୍ଣ୍ଣ ଭାବେ ନାରୀରେ ପରିଣତ ହୋଇପାରିବେ ।
ଅଟ୍ଟୁକଲ ଭାଗବତୀ ମନ୍ଦିର (କେରଳ): କେରଳର ଅଟ୍ଟୁକଲ ଭାଗବତୀ ମନ୍ଦିର ସମ୍ପୂର୍ଣ୍ଣ ଭାବେ ନାରୀ ପ୍ରାଧାନ୍ୟ । ଏଠାରେ ପୋଙ୍ଗଲ ସମୟରେ ପରିବେଶ ଭିନ୍ନ ଧରଣର ହୋଇଥାଏ । ୧୦ ଦିନ ଧରି ଚାଲିଥିବା ଏହି ପର୍ବରେ ଏକସଙ୍ଗରେ ଲକ୍ଷ ଲକ୍ଷ ମହିଳା ଏଠାରେ ପୂଜା କରିଥାନ୍ତି । ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡସରେ ଏହା ସ୍ଥାନ ପାଇଛି ।

ବ୍ରହ୍ମାଜୀ ମନ୍ଦିର (ରାଜସ୍ଥାନ): ୧୪ଶ ଶତାବ୍ଦୀର ରାଜସ୍ଥାନର ବ୍ରହ୍ମାଜୀ ମନ୍ଦିରକୁ ବିବାହିତ ପୁରୁଷ ପ୍ରବେଶ କରିପାରିବେ ନାହିଁ । ଲୋକ କଥା ଅନୁସାରେ ଭଗବାନ ବ୍ରହ୍ମା ଏଠାରେ ସରସ୍ୱତୀଙ୍କୁ ବିବାହ କରିବା ପରେ ଯଜ୍ଞ କରିବା ପାଇଁ ପ୍ରସ୍ତୁତି କରିଥିଲେ । ସରସ୍ୱତୀ ବିଳମ୍ବରେ ଆସିବାରୁ ବ୍ରହ୍ମା ଦେବୀ ଗାୟତ୍ରୀଙ୍କୁ ବିବାହ କରିଥିଲେ । ଏଥିରେ ସରସ୍ୱତୀ ରାଗିଯାଇ ଅଭିଶାପ ଦେଇଥିଲେ ଯେ, ଏଠାକୁ କୌଣସି ବିବାହିତ ପୁରୁଷ ଆସିପାରିବ ନାହିଁ । ସେବେଠାରୁ ଏହି ପ୍ରଥା ରହି ଆସିଛି ।
କାମାକ୍ଷା ମନ୍ଦିର (ଆନ୍ଧ୍ରପ୍ରଦେଶ): ବିଶାଖପାଟନମର କାମାକ୍ଷା ମନ୍ଦିରରେ କେତେକ ନିର୍ଦ୍ଦିଷ୍ଟ ଦିନରେ ପୁରୁଷ ଭକ୍ତଙ୍କୁ ପ୍ରବେଶ ମନା । ସେହି ସମୟରେ ମାତା ରଜସ୍ୱଳା ହୋଇଥାନ୍ତି । ମହିଳାମାନେ ପ୍ରବେଶ କରିବା ସହ ପୂଜା କରିପାରିବେ ।

Leave A Reply

Your email address will not be published.