Latest Odisha News

BREAKING NEWS

ଋଷିକେଶ-ବଦ୍ରିନାଥ ଘାଟିରେ ଦୁର୍ଘଟଣା: ୧୫୦ ମିଟର ତଳକୁ ଖସିଲା ଟେମ୍ପୋ ୮ ମୃତ, ୯ ଆହତ

ଡେରାଡୁନ: ଉତ୍ତରାଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା । ରିଷିକେଶ-ବଦ୍ରିନାଥ ହାଇୱେ ଘାଟି ରାସ୍ତାରେ ଯାଉଥିବା ଏକ ଟେମ୍ପୋ ପ୍ରାୟ ୧୫୦ ମିଟର ତଳ ଖାଇକୁ ଖସିପଡ଼ିବାରୁ ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ, ୯ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଖବର ମୁତାବକ, ଦୁର୍ଘଟଣାଗ୍ରସ୍ତ ଟେମ୍ପୋଟି ଆଜି ନୋଏଡା (ୟୁପି) ରୁ ତୀର୍ଥଯାତ୍ରୀଙ୍କୁ ଧରି ରୁଦ୍ରପ୍ରୟାଗ ଅଭିମୁଖେ ଯାତ୍ରା କରୁଥିଲା । ତେବେ ରିଷିକେଶ-ବଦ୍ରିନାଥ ହାଇୱେ ଘାଟିରେ ଭାରସାମ୍ୟ ହରାଇ ପ୍ରାୟ ୧୫୦ ରୁ ୨୦୦ ମିଟର ଖାଇକୁ ଖସିପଡିଥିଲା ।

ଖବରପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଘଟଣାସ୍ଥଳରୁ ୭ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବାବେଳେ, ଅନ୍ୟଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ଅନ୍ୟ ୯ ଜଣଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ଟେମ୍ପୋ ଡ୍ରାଇଭରର ଅବସ୍ଥା ସଙ୍କଟାପନ୍ନ ରହିଛି ।

ଗଡ଼ୱାଲ ଆଇଜି କରଣ ସିଂହ ନଗନ୍ୟାଲ କହିଛନ୍ତି, ରୁଦ୍ରପ୍ରୟାଗ ଏସପି ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

Leave A Reply

Your email address will not be published.