Latest Odisha News

BREAKING NEWS

ଟିମ ଚୟନ ପୂର୍ବରୁ ଏହି ପ୍ରଶ୍ନର ଉତ୍ତର ଖୋଜୁଛି ବିସିସିଆଇ

ମୁମ୍ବାଇ: ଆଉ ହାତଗଣତି ଦିନ ପରେ ଅଷ୍ଟ୍ରେଲିଆରେ ଆରମ୍ଭ ହେବ ଟି୨୦ କ୍ରିକେଟ ବିଶ୍ୱକପ । ଏସିଆ କପରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପ୍ରଶଂସକଙ୍କୁ ବ୍ୟଥିତ କରିବା ସହ ସେପ୍ଟମ୍ବରରେ ହେବାକୁ ଥିବା ବିଶ୍ୱକପ ନେଇ ଚିନ୍ତାରେ ପକାଇଛି । ବିଶ୍ୱକପ ପୂର୍ବରୁ ଭାରତ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି୨୦ ସିରିଜ ଖେଳିବ । ଭାରତ ଏହି ସିରିଜରେ ଚୂଡାନ୍ତ ଟିମକୁ ଖେଳାଇବ କି ପୂନର୍ବାର ପରୀକ୍ଷଣ ନୀତି ଲାଗୁ ରଖିବ ତାହା ଦେଖିବା କଥା । ତେବେ ବିଶ୍ୱକପ ପାଇଁ ଦଳ ଚୟନ କରିବା ପୂର୍ବରୁ ବିସିସିଆଇ ଏବଂ ଚୟନ କମିଟି ଏହି ପ୍ରଶ୍ନର ଉତର ନିଶ୍ଚିତ ଖୋଜିବେ ।

ଦୀନେଶ କାର୍ତିକ ଏବଂ ରିଷଭ ପନ୍ତଙ୍କ ମଧ୍ୟରୁ କିଏ ଖେଳିବ: ଭାରତୀୟ କ୍ରିକେଟର ଏହି ଦୁଇ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଓ ୱିକେଟ କିପରଙ୍କ ମଧ୍ୟରୁ କାହାକୁ ପ୍ରାଥମିକତା ଦିଆଯିବ ସେ ନେଇ ଦ୍ୱନ୍ଦ୍ୱରେ ରହିଛି ଚୟନ କମିଟି । ପନ୍ତ ଏବଂ କାର୍ତିକଙ୍କୁ ଭିନ୍ନ ଭିନ୍ନ ସିରିଜରେ ପରୀକ୍ଷଣ କରାଯାଇ ସାରିଛି । ଯେତେଦୂର ସମ୍ଭବ ୨ଜଣଙ୍କୁ ଦଳରେ ରଖାଯାଇପାରେ । ପନ୍ତ ୱିକେଟକିପର ଏବଂ କାର୍ତିକ ଫିନିଶର ଦାୟିତ୍ୱ ତୁଲାଇ ପାରନ୍ତି ।ଫିଟ ହେଲେଣି ତ ବୁମରାହ, ହର୍ଷଲ: ଯଶପ୍ରୀତ ବୁମରାହ ଓ ହର୍ଷଲ ପଟେଲ ଆଘାତ ସମସ୍ୟା ବିଶ୍ୱକପ ପ୍ରସ୍ତୁତିରେ ଭାରତକୁ ଶକ୍ତ ଧକା ଦେଇଛି । ମିଡିଆ ରିପୋର୍ଟ ଅନୁସାରେ ବୁମରାହ ସମ୍ପୂର୍ଣ୍ଣ ଭାବେ ଫିଟ ହୋଇ ନ ଥିବା ବେଳେ ହର୍ଷଲ ପଡିଆକୁ ଫେରି ଅଭ୍ୟାସ କଲେଣି । ତେବେ ବିଶ୍ୱକପରେ ବୁମରାହଙ୍କ ବୋଲିଂ ଭାରତ ପାଇଁ ଜରୁରୀ ରହିଛି ।
ସାମିଲ ହେବେ କି ସାମୀ: ନିକଟରେ ଖେଳା ଯାଇଥିବା ଟି୨୦ ମୁକାବିଲାରେ ଭାରତୀୟ ବୋଲିଂ ସେଭଳି ଶାଣୀତ ପରିଲକ୍ଷିତ ହୋଇ ନାହିଁ । ବୁମରାହ, ହର୍ଷଲ, ଭୁବନେଶ୍ୱର ଓ ଅର୍ଶଦୀପ ସିଂ ଭଲ ବୋଲିଂ କରୁଥିଲେ ମଧ୍ୟ ଅଭିଜ୍ଞତାର ଅଭାବ ପରିଲକ୍ଷିତ ହେଉଛି । ଶେଷ ମୂହର୍ତରେ ବିସିସିଆଇ ଅଭିଜ୍ଞତା ଦୃଷ୍ଟିକୋଣରୁ ମହମ୍ମଦ ସାମିଙ୍କୁ ସାମିଲ କରିବା ନେଇ ବିଚାର କରାଯାଉଛି ।ବିଶ୍ନୋଇ ନାଁ ଅଶ୍ୱୀନ: ସ୍ପିନରଙ୍କ ମଧ୍ୟରେ ଭୁଜଭେନ୍ଦ୍ର ଚହଲ ଚୟନ ହେବା ନିଶ୍ଚିତ ହୋଇସାରିଛି । ରବୀନ୍ଦ୍ର ଜାଡେଜା ଫିଟ ହେବା ନେଇ ସଂଶୟ ଥିବାରୁ ଚୟନ କମିଟି ରବି ବିଶ୍ନୋଇ ଓ ରବିଚନ୍ଦ୍ରନ ଅଶ୍ୱୀନଙ୍କ ମଧ୍ୟରୁ ଜଣଙ୍କୁ ସାମିଲ କରିପାରେ । ଚୟନ କମିଟି ଅଭିଜ୍ଞତା ଉପରେ ନିର୍ଭର କଲେ ଅଶ୍ୱୀନଙ୍କୁ ପୁନର୍ବାର ସୁଯୋଗ ଦେଇପାରେୀ ।

Leave A Reply

Your email address will not be published.