Latest Odisha News

BREAKING NEWS

୩୫ ହଜାର ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କଲେ ମାନ୍ ସରକାର

ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବା ପରେ ଭଗବନ୍ତ ମାନ ଏବେ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି। ଭଗବନ୍ତ ମାନ ମଙ୍ଗଳବାର ଏକ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି, ରାଜ୍ୟର ଗ୍ରୁପ୍ ସି ଏବଂ ଗ୍ରୁପ୍ ଡିର ପ୍ରାୟ ୩୫ ହଜାର ଅସ୍ଥାୟୀ କର୍ମଚାରୀଙ୍କୁ ସରକାର ସ୍ଥାୟୀ ଚାକିରି ଭାବେ ଲାଗୁ କରୁଛନ୍ତି । ଯାହାକି ତାଙ୍କ ଦଳ ଆମ୍ ଆଦମୀ ପାର୍ଟିର ନିର୍ବାଚନୀ ପ୍ରତିଶ୍ରୁତି ଥିଲା। ଆସନ୍ତା ବିଧାନସଭା ଅଧିବେଶନ ପୂର୍ବରୁ ଏହି ବିଲର ଏକ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇ ତାଙ୍କୁ ହସ୍ତାନ୍ତର କରାଯିବା ଉଚିତ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ପଞ୍ଜାବ ବିଧାନସଭା ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟିକୁ ବଡ଼ ସଫଳତା ମିଳିଛି। ବିଧାନସଭା ନିର୍ବାଚନ ସମୟରେ ଦଳ ଅସ୍ଥାୟୀ କର୍ମଚାରୀଙ୍କ ପ୍ରସଙ୍ଗକୁ ଜୋରଦାର ଉଠାଇଥିଲା। ଏହି ପ୍ରସଙ୍ଗରେ ଆମ୍ ଆଦମୀ ପାର୍ଟି ପୂର୍ବର କଂଗ୍ରେସ ସରକାରଙ୍କୁ ଘେରିଥିଲା। ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ଭାବରେ ଭଗବନ୍ତ ମାନଙ୍କୁ ଆପ୍ ଘୋଷଣା କରିବାର କିଛି ଦିନ ପରେ ମାନ ଘୋଷଣା କରିଥିଲେ ଯେ ଯଦି ରାଜ୍ୟରେ ତାଙ୍କ ଦଳ ସରକାର ଗଠନ କରିବ ତେବେ ପଞ୍ଜାବର ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ଚାକିରି ଦିଆଯିବ।

ଏହା ପୂର୍ବରୁ ଶନିବାର ମାନଙ୍କ ନେତୃତ୍ୱରେ ପ୍ରଥମ କ୍ୟାବିନେଟ ବସିଥିଲା। ଏଥିରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୨୫ ହଜାର ପଦବୀ ପୂରଣ କରିବାକୁ ଅନୁମତି ଦେଇଛନ୍ତି।

Leave A Reply

Your email address will not be published.