Latest Odisha News

BREAKING NEWS

‘ରଦ୍ଦ ହୋଇଥିବା ତିନି କୃଷି ଆଇନକୁ ସମର୍ଥନ କରୁଥିଲେ ୮୫ ପ୍ରତିଶତ’

ନୂଆଦିଲ୍ଲୀ: ରଦ୍ଦ ହୋଇଥିବା ତିନି କୃଷି ଆଇନ ପୁଣି ଥରେ ଚର୍ଚ୍ଚାରେ। ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି ତିନି କୃଷି ଆଇନକୁ ସମ୍ପୂର୍ଣ୍ଣ ରୂପେ ରଦ୍ଦ ନକରିବା ସପକ୍ଷରେ ଥିଲା। ସରକାର ରଦ୍ଦ କରିବା ପରିବର୍ତ୍ତେ ଫିକ୍ସ ପ୍ରାଇସ ବା ଦାମରେ ଫସଲ କିଣିବାର ଅଧିକାର ପ୍ରଦାନ କରିବା ଏବଂ ଜରୁରୀ ଦ୍ରବ୍ୟ ଅଧିନିୟମ ରଦ୍ଦ କରିବାକୁ କମିଟି ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ ଭଲ ହୋଇଥାନ୍ତା । କମିଟିର ତିନିଜଣ ସଦସ୍ୟଙ୍କ ମଧ୍ୟରୁ ଅନିଲ ଘନଓ୍ୱଟ ସୋମବାର ରିପୋର୍ଟ ପ୍ରକାଶ କରିବାବେଳେ ଏହା କହିଛନ୍ତି।

ହିତାଧିକାରୀଙ୍କ ସହ କମିଟିର ଦ୍ୱିପାକ୍ଷିକ ଆଲୋଚନରୁ ଜଣାପଡିଛି ଯେ କେବଳ ୧୩.୩ ପ୍ରତିଶତ ହିତାଧିକାରୀ ଏହି ତିନି କୃଷି ଆଇନ ସପକ୍ଷରେ ନାହାନ୍ତି। ଘନଓ୍ୱଟ କହିଛନ୍ତି, ୩.୩ କୋଟିରୁ ଅଧିକ ଚାଷୀଙ୍କୁ ପ୍ରତିନିଧିତ୍ୱ କରୁଥିବା ପ୍ରାୟ ୮୫.୭ ପ୍ରତିଶତ କୃଷକ ସଂଗଠନ ଏହି ଆଇନକୁ ସମର୍ଥନ କରିଛନ୍ତି। ଇ-ମେଲ ମାଧ୍ୟମରେ ପ୍ରାପ୍ତ ଉତ୍ତରରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ଅଧିକାଂଶ ଲୋକ ଆଇନକୁ ସମର୍ଥନ କରନ୍ତି।

ଏହାକୁ ନେଇ ତଥାକଥିତ ଚାଷୀ ନେତା ରାକେଶ ଟିକାୟତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିକେୟୁ ନେତା ଟିକାୟତ କହିଛନ୍ତି ଯେ ଘନଓ୍ୱଟ ତିନି କୃଷି ଆଇନକୁ ସମର୍ଥନ କରି ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ରିପୋର୍ଟକୁ ସାର୍ବଜନୀନ କରିଛନ୍ତି ଏବଂ ସେ ନିଜେ କେନ୍ଦ୍ର ସରକାରଙ୍କ ଇଙ୍ଗିତରେ କାମ କରୁଥିଲେ ବୋଲି ବୋଲି ପ୍ରମାଣ ହୋଇଛି। ଯଦି ଏହି ବିଲ୍ ପୁନର୍ବାର ଆଣିବାକୁ କେନ୍ଦ୍ରର ଉଦ୍ଦେଶ୍ୟ ଥାଏ, ତେବେ ଦେଶରେ ଆହୁରି ବଡ ଚାଷୀ ଆନ୍ଦୋଳନ ଆରମ୍ଭ କରିବେ ।

ପୁଣେର ଚାଷୀ ନେତା ଅନୀଲ ଘନଓ୍ୱଟ କହିଛନ୍ତି ଯେ କମିଟିର ରିପୋର୍ଟ ପ୍ରକାଶ କରିବା ପାଇଁ ସେ ତିନିଥର ସୁପ୍ରିମକୋର୍ଟକୁ ଚିଠି ଲେଖିଥିଲେ। କିନ୍ତୁ କୌଣସି ପ୍ରତିକ୍ରିୟା ମିଳିନଥିବାରୁ ସେ ବାଧ୍ୟ ହୋଇ ଏହାକୁ ନିଜେ ସାର୍ବଜନୀନ କରୁଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅର୍ଥନୀତିଜ୍ଞ ଅଶୋକ ଗୁଲାଟି ଏବଂ କୃଷି ଅର୍ଥନୀତିଜ୍ଞ ପ୍ରମୋଦ କୁମାର ଯୋଶୀ କିନ୍ତୁ ଉପସ୍ଥିତ ନଥିଲେ। ଏହି ଦୁଇ ମଧ୍ୟ କମିଟିରେ ସାମିଲ ଥିଲେ।

ତିନି କୃଷି ଆଇନ ଉପରେ ୧୯ ମାର୍ଚ୍ଚ ୨୦୧୧ରେ କମିଟି ପ୍ରଥମେ ରିପୋର୍ଟ ପ୍ରଦାନ କରିଥିଲା। ଯାହାକି କୃଷକମାନଙ୍କୁ ସରକାରୀ ମଣ୍ଡି ବାହାରେ ଘରୋଇ କମ୍ପାନୀଗୁଡିକୁ କୃଷିଜାତ ଦ୍ରବ୍ୟ ବିକ୍ରୟ କରିବାକୁ ଅନୁମତି ଦେଇଥିଲା।

ଗତ ବର୍ଷ ନଭେମ୍ବରରେ, ଉତ୍ତରପ୍ରଦେଶ ଏବଂ ପଞ୍ଜାବରେ ବିଧାନସଭା ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଏହି ତିନି କୃଷି ଆଇନକୁ ରଦ୍ଦ କରିଦେଇଛନ୍ତି। ଘନଓ୍ୱଟ କହିଛନ୍ତି ଯେ ସର୍ବନିମ୍ନ ସମର୍ଥନ ମୂଲ୍ୟ (ଏମଏସପି) ସିଷ୍ଟମକୁ ଆଇନଗତ କରିବା ପାଇଁ ରାଜ୍ୟଗୁଡିକର ସ୍ୱାଧୀନତା ସମେତ ଆଇନରେ ଅନେକ ପରିବର୍ତ୍ତନ ପାଇଁ କମିଟି ପରାମର୍ଶ ଦେଇଛି।

Leave A Reply

Your email address will not be published.