Latest Odisha News

BREAKING NEWS

ନୂଆପଡା: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଛତିଶଗଡର ୧୦ ତୀର୍ଥଯାତ୍ରୀ ମୃତ

ନୂଆପଡା : ଓଡିଶା-ଛତିଶଗଡ ସୀମା ନିକଟବର୍ତ୍ତୀ ସିଲଦାରେ ସୋମବାର ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଏକ ପରିବାରର ୪ଜଣ ସଦସ୍ୟଙ୍କ ସମେତ ୧୦ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି ।

ପୋଲିସର କହିବା ଅନୁଯାୟୀ ବୈଷ୍ଣୋବ ଦେବୀ ଦର୍ଶନ ପାଇଁ ଛତିଶଗଡର ପିଥୋରୀ ଅଞ୍ଚଳର ୪ ଜଣ ମହିଳାଙ୍କ ସମେତ ପାଖାପାଖି ୧୦ ଜଣ ତୀର୍ଥଯାତ୍ରୀ ନୂଆପଡା ଜିଲ୍ଲାର କୋମଣାକୁ ଆସିଥିଲେ । ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ ପାଖାପାଖି ରାତି ୨ଟା ବେଳକୁ ସେମାନଙ୍କ ଗାଡିକୁ ଧକ୍କା ଦେଇଥିଲା ।

ଅନ୍ୟପକ୍ଷରେ ଘଟଣାସ୍ଥଳରେ ହିଁ ସମସ୍ତଙ୍କ ମୃତ୍ୟୁ ଘଟିଥିବା ବଳେ ନୂଆପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିବାର ବର୍ଗଙ୍କୁ ସୂଚନା ପଠାଇଥିବା ନେଇ ଜଣାପଡିଛି । ଅପରପକ୍ଷରେ ମୃତକଙ୍କ ମଧ୍ୟରେ ମୁକେଶ ଅଗ୍ରୱାଲ, ମେଘନାଦ ନିଶାଦ, ସୁରଜିତ ସିଂହ ଜବଦା, ଦିନେଶ ଦଣ୍ଡସେନା, ଚାନ୍ଦନୀ ଦଣ୍ଡସେନା, ଭାରତୀ ଦଣ୍ଡସେନା, ଧନଞ୍ଜୟ ଦଣ୍ଡସେନା, ମୀନା ପାରେଶ୍ୱର, ଦିଲେଶ୍ୱର ନେତାମ ଓ ଧର୍ମେନ ନେତାମ ବୋଲି ଜଣାପଡିଛି ।

ଗଣମାଧ୍ୟମକୁ ସୂଚନା ଦେଇ ନୂଆପଡା ଆଇଆଇସି ବିବେକାନନ୍ଦ ମହାନ୍ତ କହିଛନ୍ତି, ଘଟଣାସ୍ଥଳରେ ୧୦ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ସେମାନଙ୍କ ମଧ୍ୟରେ ଗୋଟିଏ ପରିବାରର ସ୍ୱାମୀ, ସ୍ତ୍ରୀ ଓ ତାଙ୍କର ପୁଅ ଓ ଝିଅ ରହିଥିଲେ । ଏଥିସହିତ ଆମେ ଛତିଶଗଡ ପୋଲିସକୁ ଘଟଣା ସମ୍ପର୍କରେ ଅବଗତ କରାଇବା ସହ ମୃତକଙ୍କ ସମ୍ପର୍କୀୟଙ୍କୁ ଖବର ଦେବା ପାଇଁ ଜଣାଇଛୁ । ଆହୁରି ମଧ୍ୟ ଏହି ଦୁର୍ଘଟଣା ସିଲଦାରେ ଘଟିଥିବା ଯୋଗୁଁ ଛତିଶଗଡ ପୋଲିସ ଘଟଣାର ତଦନ୍ତ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବ ବୋଲି କହିଛନ୍ତି ଆଇଆଇସି ।

Leave A Reply

Your email address will not be published.