Latest Odisha News

BREAKING NEWS

ମହାରାଷ୍ଟ୍ର ଭଣ୍ଡାରା ସ୍ଥିତ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ୧୦ ନବଜାତ ଜୀବନ୍ତ ଦଗ୍ଧ

ଭଣ୍ଡାରା (ମହାରାଷ୍ଟ୍ର): ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ମହାରାଷ୍ଟ୍ର ଉଣ୍ଡାରାରେ ଅଗ୍ନିକାଣ୍ଡ ଘଟି ୧୦ ନବଜାତ ଶିଶୁ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଏହି ଘଟଣା ପରେ ଅନ୍ୟ ନବଜାତ ଶିଶୁଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଭଣ୍ଡାରା ଜିଲ୍ଲା ଜେନେରାଲ୍ ହସ୍ପିଟାଲରେ ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ନିଆଁ ଲାଗିଥିଲା ।

ଏସଏନସିୟୁରେ ହଠାତ୍ ନିଆଁ ଲାଗିଥିଲା । ଧିରେ ଧିରେ ଏହା ବ୍ୟାପିଥିଲା । ସେତେବେଳେ ଏସଏନସିୟୁରେ ୧୭ ଜଣ ଶିଶୁ ଥିଲେ । ଡ୍ୟୁଟିରେ ଥିବା ନର୍ସ ଓ୍ୱାର୍ଡ ଖୋଲିବା ମାତ୍ରେ ସେଥିରୁ ଧୂଆଁ ବାହାରୁଥିବା ଦେଖିଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ ୧୦ ଶିଶୁ ଜୀବନ୍ତ ଦଗ୍ଧ ହୋଇ ସାରିଥିଲେ ।

ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ମୃତ ଶିଶୁଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି ।

Comments are closed.