ମୁମ୍ବାଇ: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଟି୨୦ ବିଶ୍ୱକପ କ୍ରିକେଟ ଅଷ୍ଟ୍ରେଲିଆରେ ଖେଳାଯିବ । ଭାରତ ୨୩ ଅକ୍ଟୋବରରେ ପାକିସ୍ତାନ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ । ଟିମ ଇଣ୍ଡିଆର ଚୂଡାନ୍ତ ଏକାଦଶ ନେଇ ଆଲୋଚନା ଚାଲିଥିବା ବେଳେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୬ଜଣ ଖେଳାଳି ବାଛିଛନ୍ତି । ବାକି ୫ଜଣଙ୍କୁ ଚୟନ କରିବା ଦାୟିତ୍ୱ ସେ ପ୍ରଶଂସକଙ୍କ ଉପରେ ଛାଡି ଦେଇଛନ୍ତି । ସେ ତାଙ୍କ ଅଫିସିଆଲ ଆପରେ ଏ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ସଚିନ ତାଙ୍କ ଟିମରେ ଖରାପ ଫର୍ମରେ ଥିବା ବିରାଟ କୋହଲିଙ୍କୁ ସୁଯୋଗ ଦେଇଛନ୍ତି । ଓପନରରେ ଅଧିନାୟକ ରୋହିତ ଶର୍ମାଙ୍କୁ ସେ ରଖିଥିବା ବେଳେ ଅନ୍ୟ ଜଣଙ୍କ ସ୍ଥାନ ଖାଲି ରଖିଛନ୍ତି । ତୃତୀୟ ଓ ଚତୁର୍ଥରେ ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବ ରହିଛନ୍ତି । ୫ମ, ୭ମ, ୯ମ ଓ ୧୧ତମ ସ୍ଥାନ ଖାଲି ରଖିଛନ୍ତି । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୬ଷ୍ଠ, ଭୁବନେଶ୍ୱର କୁମାରଙ୍କୁ ୮ମ ଏବଂ ୧୦ ସ୍ଥାନରେ ଯଶପ୍ରୀତ ବୁମରାହ ରହିଛନ୍ତି ।
BREAKING NEWS
- ପାଠ୍ୟ ପୁସ୍ତକ ଉତ୍ପାଦନ ଓ ବିପଣନ କାର୍ଯ୍ୟାଳୟରେ ବୟସ ଜାଲିଆତି ଅଭିଯୋଗ; ଚାକିରି ଅବଧି ବଢ଼ାଇବାକୁ…
- Nana Patekar Dialogues: ଡାଏଲଗ୍ କହୁନଥିଲେ, ଚରିତ୍ର ଜୀବନ୍ତ କରୁଥିଲେ ନାନା! ‘ଏ ଦୁଃଖ୍ କାହେ ଖତମ୍ ନେହିଁ ହୋତା ବେ!’ ଠାରୁ ‘ଆଗୟେ ମେରେ ମତ୍…’, କାନରେ ଗୁଞ୍ଜରିତ ହେଉଛି ସ୍ବର…
- ବାଇକ୍କୁ ଧକ୍କା ଦେଲା ଟ୍ରକ୍; ଦମ୍ପତି ମୃତ
- Nana Patekar in Army: ଫିଲ୍ମ ଛାଡ଼ି ସୀମାରେ ପହଞ୍ଚିଥିଲେ ନାନା! କେବଳ ପରଦାରେ ନୁହେଁ, ସତରେ କାରଗିଲରେ ପାକିସ୍ତାନ ବିରୋଧରେ ଲଢ଼ିଥିଲେ!
- ଗଞ୍ଜାମରେ ଟିପିଏସ୍ଓଡିଏଲ୍ର ମେଗା ‘ସେବା ସେତୁ’ କ୍ୟାମ୍ପ…
- Nana Patekar’s Real Name: ‘ନାନା’ ନଥିଲା ତାଙ୍କ ପ୍ରକୃତ ନାଁ; ମାଆଙ୍କ ବନ୍ଧୁଙ୍କ ସ୍ନେହର ଡାକ…ଆଜି ସେହି ନାଁରେ କାନ୍ଦୁଛି ସାରା ସିନେମା ଜଗତ
- ସାଉଦି ବିମାନବନ୍ଦର ଉପରେ ହୁତି ଆକ୍ରମଣ: ୩ ମୃତ, ୩୬ ଆହତ
- ଇଣ୍ଡିଆ ମେଣ୍ଟ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ, କଂଗ୍ରେସର ରେଳରୋକ୍
- ଆରପାରିରେ ବଲିଉଡ ଭେଟେରାନ ଅଭିନେତା ନାନା ପାଟେକର; ୭୫ ବର୍ଷରେ ଗୋଆରେ…
- ଆଫଗାନିସ୍ତାନରେ ତାଲିବାନର ନିଷ୍ଠୁରତା: ୬୫ରୁ ଅଧିକ ବାଦ୍ୟଯନ୍ତ୍ର ପୋଡ଼ିଲେ ତାଲିବାନ୍

Comments are closed.