ଜଗତସିଂହପୁର: ଜଗତ୍ସିଂହପୁର ସଦର ବ୍ଲକ ଅନ୍ତର୍ଗତ ତୁଳସୀ ଗାଦି ଛକ ନିକଟରେ ଏକ ଆମ୍ବୁଲାନ୍ସ ବୋଲେରୋ ପଛକୁ ଧକ୍କା ଦେଇଛି । ଏଥିରେ କେହି ମୃତାହତ ହୋଇ ନ ଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ôଚ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ଆମ୍ବୁଲାନ୍ସ ଡ଼୍ରାଇଭରଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ଉଭୟ ଆମ୍ବୁଲାନ୍ସ ଓ ବୋଲେରୋଟି ଜଗତ୍ସିଂହପୁରରୁ ବାଲିକୁଦା ଯାଉଥିଲା । ତୁଳସୀଗାଦି ଛକ ନିକଟରେ ଆମ୍ବୁଲାନ୍ସଟି ବୋଲେରୋକୁ ଧକ୍କା ଦେଇଥିଲା । ଆମ୍ବୁଲାନ୍ସ ଡ଼୍ରାଇଭର ନିଶାସକ୍ତ ଅବସ୍ଥାରେ ଏହି ଦୁର୍ଘଟଣା ଘଟାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
BREAKING NEWS
- ଢାବା ଉପରେ ଚଢ଼ାଉ, ପୋଲିସକୁ ଗାଳିଗୁଲଜ: ବିଜେପି ଯୁବ ନେତା ବି. ସୋମନାଥ ପାତ୍ରଙ୍କୁ ଗିରଫ କଲା ଗୋପାଳପୁର ପୋଲିସ
- ଅପରାଧ ପ୍ରମାଣିତ ନହେବା ଯାଏଁ ଚାକିରିରୁ କାଢ଼ିପାରିବେନି ସରକାର: ସୁପ୍ରିମକୋର୍ଟ
- ପରୀକ୍ଷାରେ ତ୍ରୁଟିକୁ ବରଦାସ୍ତ କଲାନି ଏନଟିଏ, ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍
- ପୁରୁଷ ହକି ବିଶ୍ୱକପ୍ ୨୦୨୬: ଭାରତୀୟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ, ନେଦରଲ୍ୟାଣ୍ଡ୍ସଠାରୁ ନିକଟରୁ ଶୋଚନୀୟ ପରାଜୟ
- Kotia map:ଗୁଗୁଲ୍ ମ୍ୟାପ୍ରେ କୋଟିଆର ଭୁଲ୍ ସୀମା;ସଂଶୋଧନ ପାଇଁ ସରକାରୀ ପ୍ରକ୍ରିୟା ଆରମ୍ଭ
- ଲୁହାପଥର ନେଇ ଓଡ଼ିଶାରୁ ସିଙ୍ଗାପୁର ଯାଉଥିବା ଜାହାଜ ବୁଡ଼ିଲା: ୨୪ କ୍ରୁ ସଦସ୍ୟଙ୍କ ଜୀବନ ରକ୍ଷା ପାଇଁ ଉଦ୍ଧାର କାର୍ଯ୍ୟ ଜୋରଦାର
- କର୍ତ୍ତବ୍ୟରତ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ଟିପିଏସ୍ଓଡିଏଲର ଦୃଢ କାର୍ଯ୍ୟାନୁଷ୍ଠାନ
- ଘୋଷଣା ହେଲା ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬, ଜାଣନ୍ତୁ ଓଡ଼ିଶାରୁ କିଏ ପାଇବେ…
- ଛାତ ଉପରେ ଥିବା ପୁରୁଣା ଡିସ୍ ଛତା ଆସିବ କାମରେ! ମାଗଣା ଚ୍ୟାନେଲ୍ ଦେଖିବା ପାଇଁ ଏମିତି କରନ୍ତୁ ବ୍ୟବହାର
- ପାରାଦୀପରେ ବଡ଼ ଅଘଟଣ; ମଝି ସମୁଦ୍ରରେ ବୁଡ଼ିଲା ଜାହାଜ, ୨୪ ଜଣଙ୍କୁ ଖୋଜୁଛି…

Comments are closed.