ଭବାନୀପାଟଣା: ପଦ୍ମଶ୍ରୀ ପୁରସ୍କାର ପାଇଁ କଳାହାଣ୍ଡି ଜିଲାର ପଟ୍ଟାୟତ କୁମାର ସାହୁ ମନୋନୀତ ହୋଇଛନ୍ତି । ଏହା କଳାହାଣ୍ଡି ଜିଲା ପାଇଁ ଗର୍ବ ଓ ଗୌରବର କଥା । ଏନେଇ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି । ୩ ହଜାରରୁ ଉର୍ଦ୍ଧ୍ୱ ଔଷଧୀୟ ବୃକ୍ଷ ରୋପଣ କରିଥିବାରୁ ସେ ଏହି ସମ୍ମାନଜନକ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ପଟ୍ଟାୟତ ୨୦୨୧ ମସିହା ସେପ୍ଟେମ୍ବର ୨୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନକି ବାତରେ ସ୍ଥାନ ପାଇ ସାରା ଭାରତୀୟଙ୍କ ଦୃଷ୍ଟି ଆକର୍ଷଣ ହୋଇ ପାରିଥିଲେ ।
କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ନାନ୍ଦୋଳ ଗ୍ରାମର ସ୍ୱର୍ଗତ ହରି ସାହୁଙ୍କ ପୁଅ ପଟ୍ଟାୟତ କୁମାର ସାହୁ । ବୟସ ୭୦ । ପରିବାର କହିଲେ ସ୍ତ୍ରୀ ଗାୟତ୍ରୀ ସାହୁ, ୨ପୁଅ ରାଜକିଶୋର ଓ ଶୁଶାନ୍ତ ସାହୁ । ଝିଅକୁ ଅନ୍ୟ ତ୍ର ବିବାହ ଦେଇସାରିଛନ୍ତି । ପଟ୍ଟାୟତଙ୍କ ନନ୍ଦୋଳ ପ୍ରାଥମିକ ବିଦ୍ୟାଳୟରୁ ସ୍କୁଲ ଜୀବନ ଆରମ୍ଭ ହୋଇଥିଲା । ଜୁନାଗଡ଼ ହାଇସ୍କୁଲରୁ ଦଶମ ପାସ କରିବା ପରେ ବଲାଙ୍ଗୀରର ରାଜେନ୍ଦ୍ର କଲେଜରେ ଯୁକ୍ତ ଦୁଇରେ ପଢିଥିଲେ । ହେଲେ ଅର୍ଥ ଅଭାବରୁ ପରୀକ୍ଷା ଦେଇ ନ ପାରି ପାଠପଢା ଅଧାରୁ ଛାଡ଼ିବାକୁ ପଡ଼ିଥିଲା ତାଙ୍କୁ । ପରେ ନାନ୍ଦୋଳ ପ୍ୟାକ୍ସ ଅଫିସରେ ସେଲସ୍ମ୍ୟାନ ଭାବେ କାର୍ଯ୍ୟ କଲେ । ସେ ଅବସର ନେବା ପରେ ତାଙ୍କ ସାନ ପୁଅ ଶୁଶାନ୍ତ ଏବେ ସେଠାରେ ପିଅନ ଭାବେ କାର୍ଯ୍ୟ କରୁଛନ୍ତି । ବାପା, ଅଜା ଅମଳରୁ ହିଁ ଏହି ଔଷଧୀୟ ବୃକ୍ଷ ରୋପଣ ବିଷୟରେ ଜାଣିବାକୁ ପାଇଥିଲେ । ସେ ସପ୍ତମ ଶ୍ରେଣୀ ପଢ଼ୁଥିବା ବେଳେ କୃଷି ବିଜ୍ଞାନ ବହି ହିଁ ଔଷଧୀୟ ବୃକ୍ଷ ରୋପଣ ଓ ବୈଦ୍ୟ ହେବା ପାଇଁ ପ୍ରେରଣା ଯୋଗାଇଥିଲା । ସେବେଠାରୁ ସେ ଏହି ଔଷଧୀୟ ବୃକ୍ଷ ଲଗାଇ ଆସୁଛନ୍ତି । ଦୀର୍ଘ ୪୦ ବର୍ଷ ହେବ ୬୫ ଡିସିମିଲ ଜାଗାରେ ୩ ହଜାରରୁ ଉର୍ଦ୍ଧ୍ୱ ଔଷଧୀୟ ବୃକ୍ଷ ଲଗାଇ ସାରିଲେଣି । ଏମିତି କି ନିଜେ ବୈଦ୍ୟକାମ ମଧ୍ୟ କରୁଛନ୍ତି । ଏହି ଔଷଧୀୟ ବୃକ୍ଷ ଅନ୍ୟ ରାଜ୍ୟ ଓ ଦେଶରୁ ଆଣି ନିଜ ବଗିଚାରେ ରୋପଣ କରିଛନ୍ତି । ତାଙ୍କର ଏହି କାର୍ଯ୍ୟ ପାଇଁ ୨୦୦୫ ମସିହାରେ ତାଙ୍କୁ ମିଳିଲା ପ୍ରକୃତିବନ୍ଧୁ ପୁରସ୍କାର ।
ଅନ୍ୟପଟେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇ ନାହିଁ । ଗାଈ ଗୁହାଳରେ ଆଜି ବି ତାଙ୍କ ପରିବାର ବସବାସ କରୁଛନ୍ତି । କେବଳ ପଟ୍ଟାୟତଙ୍କ ପାଇଁ ପ୍ରତିଶ୍ରୁତି ହିଁ ସହାନୁଭୂତି ପାଲଟିଛି । ଏହି ପାରମ୍ପରିକ ବୃକ୍ଷଲତା ମାଧ୍ୟମରେ ଔଷଧ ତିଆରି ହେଲେ ଲୋକେ ସୁଲଭ ମୂଲ୍ୟରେ ଉପକୃତ ହେବାସହ ଏହା ରାଜ୍ୟ ଓ ଦେଶରେ ପ୍ରସାର ହୋଇପାରିବ । ଏଥିଲାଗି ରାଜ୍ୟ ସରକାର ପ୍ରୋତ୍ସାହନ ଯୋଗାଇଦେଲେ ଆହୁରୀ ଔଷଧୀୟ ବୃକ୍ଷ ରୋପଣ କରି ପାରିବେ ବୋଲି ସେ କହିଛନ୍ତି ।
BREAKING NEWS
- ଢାବା ଉପରେ ଚଢ଼ାଉ, ପୋଲିସକୁ ଗାଳିଗୁଲଜ: ବିଜେପି ଯୁବ ନେତା ବି. ସୋମନାଥ ପାତ୍ରଙ୍କୁ ଗିରଫ କଲା ଗୋପାଳପୁର ପୋଲିସ
- ଅପରାଧ ପ୍ରମାଣିତ ନହେବା ଯାଏଁ ଚାକିରିରୁ କାଢ଼ିପାରିବେନି ସରକାର: ସୁପ୍ରିମକୋର୍ଟ
- ପରୀକ୍ଷାରେ ତ୍ରୁଟିକୁ ବରଦାସ୍ତ କଲାନି ଏନଟିଏ, ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍
- ପୁରୁଷ ହକି ବିଶ୍ୱକପ୍ ୨୦୨୬: ଭାରତୀୟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ, ନେଦରଲ୍ୟାଣ୍ଡ୍ସଠାରୁ ନିକଟରୁ ଶୋଚନୀୟ ପରାଜୟ
- Kotia map:ଗୁଗୁଲ୍ ମ୍ୟାପ୍ରେ କୋଟିଆର ଭୁଲ୍ ସୀମା;ସଂଶୋଧନ ପାଇଁ ସରକାରୀ ପ୍ରକ୍ରିୟା ଆରମ୍ଭ
- ଲୁହାପଥର ନେଇ ଓଡ଼ିଶାରୁ ସିଙ୍ଗାପୁର ଯାଉଥିବା ଜାହାଜ ବୁଡ଼ିଲା: ୨୪ କ୍ରୁ ସଦସ୍ୟଙ୍କ ଜୀବନ ରକ୍ଷା ପାଇଁ ଉଦ୍ଧାର କାର୍ଯ୍ୟ ଜୋରଦାର
- କର୍ତ୍ତବ୍ୟରତ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ଟିପିଏସ୍ଓଡିଏଲର ଦୃଢ କାର୍ଯ୍ୟାନୁଷ୍ଠାନ
- ଘୋଷଣା ହେଲା ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬, ଜାଣନ୍ତୁ ଓଡ଼ିଶାରୁ କିଏ ପାଇବେ…
- ଛାତ ଉପରେ ଥିବା ପୁରୁଣା ଡିସ୍ ଛତା ଆସିବ କାମରେ! ମାଗଣା ଚ୍ୟାନେଲ୍ ଦେଖିବା ପାଇଁ ଏମିତି କରନ୍ତୁ ବ୍ୟବହାର
- ପାରାଦୀପରେ ବଡ଼ ଅଘଟଣ; ମଝି ସମୁଦ୍ରରେ ବୁଡ଼ିଲା ଜାହାଜ, ୨୪ ଜଣଙ୍କୁ ଖୋଜୁଛି…

Comments are closed.