ଭବାନୀପାଟଣା: ପଦ୍ମଶ୍ରୀ ପୁରସ୍କାର ପାଇଁ କଳାହାଣ୍ଡି ଜିଲାର ପଟ୍ଟାୟତ କୁମାର ସାହୁ ମନୋନୀତ ହୋଇଛନ୍ତି । ଏହା କଳାହାଣ୍ଡି ଜିଲା ପାଇଁ ଗର୍ବ ଓ ଗୌରବର କଥା । ଏନେଇ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି । ୩ ହଜାରରୁ ଉର୍ଦ୍ଧ୍ୱ ଔଷଧୀୟ ବୃକ୍ଷ ରୋପଣ କରିଥିବାରୁ ସେ ଏହି ସମ୍ମାନଜନକ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ପଟ୍ଟାୟତ ୨୦୨୧ ମସିହା ସେପ୍ଟେମ୍ବର ୨୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନକି ବାତରେ ସ୍ଥାନ ପାଇ ସାରା ଭାରତୀୟଙ୍କ ଦୃଷ୍ଟି ଆକର୍ଷଣ ହୋଇ ପାରିଥିଲେ ।
କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ନାନ୍ଦୋଳ ଗ୍ରାମର ସ୍ୱର୍ଗତ ହରି ସାହୁଙ୍କ ପୁଅ ପଟ୍ଟାୟତ କୁମାର ସାହୁ । ବୟସ ୭୦ । ପରିବାର କହିଲେ ସ୍ତ୍ରୀ ଗାୟତ୍ରୀ ସାହୁ, ୨ପୁଅ ରାଜକିଶୋର ଓ ଶୁଶାନ୍ତ ସାହୁ । ଝିଅକୁ ଅନ୍ୟ ତ୍ର ବିବାହ ଦେଇସାରିଛନ୍ତି । ପଟ୍ଟାୟତଙ୍କ ନନ୍ଦୋଳ ପ୍ରାଥମିକ ବିଦ୍ୟାଳୟରୁ ସ୍କୁଲ ଜୀବନ ଆରମ୍ଭ ହୋଇଥିଲା । ଜୁନାଗଡ଼ ହାଇସ୍କୁଲରୁ ଦଶମ ପାସ କରିବା ପରେ ବଲାଙ୍ଗୀରର ରାଜେନ୍ଦ୍ର କଲେଜରେ ଯୁକ୍ତ ଦୁଇରେ ପଢିଥିଲେ । ହେଲେ ଅର୍ଥ ଅଭାବରୁ ପରୀକ୍ଷା ଦେଇ ନ ପାରି ପାଠପଢା ଅଧାରୁ ଛାଡ଼ିବାକୁ ପଡ଼ିଥିଲା ତାଙ୍କୁ । ପରେ ନାନ୍ଦୋଳ ପ୍ୟାକ୍ସ ଅଫିସରେ ସେଲସ୍ମ୍ୟାନ ଭାବେ କାର୍ଯ୍ୟ କଲେ । ସେ ଅବସର ନେବା ପରେ ତାଙ୍କ ସାନ ପୁଅ ଶୁଶାନ୍ତ ଏବେ ସେଠାରେ ପିଅନ ଭାବେ କାର୍ଯ୍ୟ କରୁଛନ୍ତି । ବାପା, ଅଜା ଅମଳରୁ ହିଁ ଏହି ଔଷଧୀୟ ବୃକ୍ଷ ରୋପଣ ବିଷୟରେ ଜାଣିବାକୁ ପାଇଥିଲେ । ସେ ସପ୍ତମ ଶ୍ରେଣୀ ପଢ଼ୁଥିବା ବେଳେ କୃଷି ବିଜ୍ଞାନ ବହି ହିଁ ଔଷଧୀୟ ବୃକ୍ଷ ରୋପଣ ଓ ବୈଦ୍ୟ ହେବା ପାଇଁ ପ୍ରେରଣା ଯୋଗାଇଥିଲା । ସେବେଠାରୁ ସେ ଏହି ଔଷଧୀୟ ବୃକ୍ଷ ଲଗାଇ ଆସୁଛନ୍ତି । ଦୀର୍ଘ ୪୦ ବର୍ଷ ହେବ ୬୫ ଡିସିମିଲ ଜାଗାରେ ୩ ହଜାରରୁ ଉର୍ଦ୍ଧ୍ୱ ଔଷଧୀୟ ବୃକ୍ଷ ଲଗାଇ ସାରିଲେଣି । ଏମିତି କି ନିଜେ ବୈଦ୍ୟକାମ ମଧ୍ୟ କରୁଛନ୍ତି । ଏହି ଔଷଧୀୟ ବୃକ୍ଷ ଅନ୍ୟ ରାଜ୍ୟ ଓ ଦେଶରୁ ଆଣି ନିଜ ବଗିଚାରେ ରୋପଣ କରିଛନ୍ତି । ତାଙ୍କର ଏହି କାର୍ଯ୍ୟ ପାଇଁ ୨୦୦୫ ମସିହାରେ ତାଙ୍କୁ ମିଳିଲା ପ୍ରକୃତିବନ୍ଧୁ ପୁରସ୍କାର ।
ଅନ୍ୟପଟେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇ ନାହିଁ । ଗାଈ ଗୁହାଳରେ ଆଜି ବି ତାଙ୍କ ପରିବାର ବସବାସ କରୁଛନ୍ତି । କେବଳ ପଟ୍ଟାୟତଙ୍କ ପାଇଁ ପ୍ରତିଶ୍ରୁତି ହିଁ ସହାନୁଭୂତି ପାଲଟିଛି । ଏହି ପାରମ୍ପରିକ ବୃକ୍ଷଲତା ମାଧ୍ୟମରେ ଔଷଧ ତିଆରି ହେଲେ ଲୋକେ ସୁଲଭ ମୂଲ୍ୟରେ ଉପକୃତ ହେବାସହ ଏହା ରାଜ୍ୟ ଓ ଦେଶରେ ପ୍ରସାର ହୋଇପାରିବ । ଏଥିଲାଗି ରାଜ୍ୟ ସରକାର ପ୍ରୋତ୍ସାହନ ଯୋଗାଇଦେଲେ ଆହୁରୀ ଔଷଧୀୟ ବୃକ୍ଷ ରୋପଣ କରି ପାରିବେ ବୋଲି ସେ କହିଛନ୍ତି ।
BREAKING NEWS
- Tiger Shroff Attack: ଲରେନ୍ସର ଅଣ୍ଡରୱାର୍ଲ୍ଡ ସାମ୍ରାଜ୍ୟ; ସାବରମତୀ ଜେଲ୍ରୁ ବିଦେଶ ଯାଏଁ ବିଛାଇଛି ନେଟୱର୍କ! ସଲମାନଙ୍କ ପିଛା ଛାଡୁନି…ଟାଇଗରଙ୍କ ଉପରେ ଗୁଳିମାଡ଼ ପରେ ‘ଡି-କମ୍ପାନୀ’କୁ ନେଇ ଚର୍ଚ୍ଚା
- Vijaya Dashami: ମଣ୍ଡପରେ ମନମୋହୁଛି ମା’ଙ୍କ ମୃଣ୍ମୟୀ ରୂପ…ଆଜି ବିଜୟା ଦଶମୀ; ଅଧର୍ମ ଉପରେ ଧର୍ମର ବିଜୟ, ଶକ୍ତି ଓ ନୂତନ ଆରମ୍ଭର ପବିତ୍ର ପର୍ବ…
- ଡରିବିନି ଡିସେମ୍ବରରେ ବାଂଲାଦେଶ ଯିବି, ‘ଭୟ ମୋର କର୍ତ୍ତବ୍ୟ ସ୍ଥିର କରିପାରିବ ନାହିଁ’ : ହସିନା
- ଅକ୍ଟୋବରରେ ୨୩ରେ ‘ପିପୁଲ୍ ଏଗେନଷ୍ଟ SIR’ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା
- ଶ୍ରୀମନ୍ଦିରରେ ମା’ ବିମଳା ଦେବୀଙ୍କ ବିଶେଷ ନୀତି; କାଲି ସକାଳ ୮ଟାରୁ ଦର୍ଶନ ଆରମ୍ଭ
- ଅକ୍ଟୋବର ୨୦ରୁ ଏହି ୪ ମେମୁ ଟ୍ରେନ୍ ବାତିଲ…
- କମିଶନରେଟ ପୋଲିସର ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍
- ବଢ଼ିଲା ଅଡ଼ୁଆ; ଆଉ ୨ ଦିନ ଜେଲରେ ବିତାଇବେ CJPର ଆଶୁତୋଷ ରାଙ୍କା ଓ ସୌରଭ ଦାସ
- ଚଳିତ ବର୍ଷ ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ କରିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି…
- ଟାଇଗର ଶ୍ରଫ ଗୁଳିକାଣ୍ଡ ମାମଲାରେ ନୂଆ ଖୁଲାସା; ନାବାଳକ ଅଭିଯୁକ୍ତର ବାପା କହିଲେ – ପୁଅ ଦୁଇ ମାସ ପୂର୍ବରୁ ଘରୁ ଚାଲିଯାଇଥିଲା…

Comments are closed.