Latest Odisha News

BREAKING NEWS

ପୁଣି ଅଶାନ୍ତ ବିଜେବି କଲେଜ: ସ୍ଵାଧୀନତା ଦିବସରେ ଗେଟ ବନ୍ଦ ଥିବାରୁ ଧାରଣାରେ ବସିଲେ ଛାତ୍ରଛାତ୍ରୀ

ଭୁବନେଶ୍ଵର: ତ୍ରିରଙ୍ଗା ଶୋଭାଯାତ୍ରାକୁ ନେଇ ବିଜେବି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ମୁହାମୁହିଁ । ତ୍ରିରଙ୍ଗା ନେଇ ଗୋଟିଏ ଗୋଷ୍ଠୀ ଛାତ୍ର କଲେଜ କ୍ୟାମ୍ପସ ଭିତରକୁ ଯିବା ବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ କଲେଜ ସିକୁରିଟିକୁ କହି କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିବା ଅଭିଯୋଗ ହୋଇଛି । ଗେଟ୍ ବାହାରେ ତ୍ରିରଙ୍ଗା ଧରି ଗୋଟିଏ ଗୋଷ୍ଠୀ ଧାରଣାରେ ବସିଥିବା ବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ କଲେଜ କ୍ୟାମ୍ପସ ଭିତରେ ରହିଛନ୍ତି । ଘଟଣା ସ୍ଥଳରେ ଉତ୍ତେଜନା ପାଇଁ ପୋଲିସ ମୁତୟନ ରହିଛି ।

ସୂଚନା ମୁତାବକ, କଲେଜ ଭିତରେ ତ୍ରିରଙ୍ଗା ଯାତ୍ରା କରିବା ପାଇଁ କିଛି ଦିନ ତଳେ ଛାତ୍ର ମାନେ କଲେଜ କତୃପକ୍ଷଙ୍କ ଠାରୁ ଅନୁମତି ଆଣିଥିଲେ । କିନ୍ତୁ ଆଜି ହଠାତ କଲେଜ କୁ ପ୍ରବେଶ ପାଇଁ ଅନୁମତି ନମିଳିବା ସହ କଲେଜ କତୃପକ୍ଷ ମଧ୍ୟ ସିଧାସଳଖ ତ୍ରିରଙ୍ଗା ଯାତ୍ରା ପାଇଁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହାକୁ ବିରୋଧ କରି ଗେଟ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି l ଯେତେ ଯାଏଁ ତାଲା ନ ଖୋଲିବ ସେତେ ପର୍ୟ୍ୟନ୍ତ ଧାରଣାରେ ବସିବା ନେଇ କହିଛନ୍ତି ଧାରଣା ରେ ବସିଥିବା ଛାତ୍ର ଗୋଷ୍ଠୀ l ସେପଟେ କଲେଜ ଅଧକ୍ଷ କହିଛନ୍ତି କଲେଜ ସମୟ ଭିତରେ ଛାତ୍ରଛାତ୍ରୀ ସେଲିବ୍ରେସନ ପାଇଁ ଆସିନାହାଁନ୍ତି। ତେଣୁ ଫାଟକ ବନ୍ଦ ରହିଛି। ପ୍ରତିଉତ୍ତରରେ ଛାତ୍ର ଛାତ୍ରୀ କହିଛନ୍ତି ସବୁଦିନ କଲେଜ ଗେଟ ରାତି ୧୦ ପର୍ଯ୍ୟନ୍ତ ଖୋଲା ରହୁଛି। ପିଲାମାନଙ୍କ ଜନ୍ମଦିନ ସେଲିବ୍ରେସନ ହେଉଛି, କିନ୍ତୁ ଭାରତ ମାତାଙ୍କ ପାଇଁ ସେଲିବ୍ରେସନରେ ଗେଟ ବନ୍ଦ ରହୁଛି।

Leave A Reply

Your email address will not be published.