Latest Odisha News

କରୋନା ଆକ୍ରାନ୍ତଙ୍କ ମୃତ୍ୟୁକୁ ନେଇ କୋଭିଡ୍ ହସ୍ପିଟାଲରେ ଭଙ୍ଗାରୁଜା, ୨ ଅଟକ

ନବରଙ୍ଗପୁର: କରୋନା ଆକ୍ରାନ୍ତଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟିଲା କୋଭିଡ୍ ହସ୍ପିଟାଲ୍ । ନବରଙ୍ଗପୁର ଜିଲ୍ଲା କୋଭିଡ୍ ହସ୍ପିଟାଲରେ ଶନିବାର ସେକ୍ ରେହମାନା ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ସେ କରୋନାରେ ସଂକ୍ରମିତ ହୋଇ କିଛିଦିନ ହେଲା ଚିକିତ୍ସତି ହେଉଥିଲେ ।

ରେହମାନଙ୍କ ମୃତ୍ୟୁ ପରେ ଚିକିତ୍ସାରେ ଅବହେଳା କରଯାଇଥିବା ଅଭିଯୋଗ କରି ତାଙ୍କର ୨ ପୁଅ କୋଭିଡ୍ ହସ୍ପିଟାଲରେ ପଶି ଭଙ୍ଗାରୁଜା କରିଛନ୍ତି । ହସ୍ପିଟାଲରେ ଆସବାବପତ୍ର ଭାଙ୍ଗିବା ସହ ପରିସରରେ ଥିବା ଶବବାହକ ଗାଡ଼ିର କାଚ ମଧ୍ୟ ଭାଙ୍ଗି ଦେଇଛନ୍ତି ।

ଖବର ପାଇ ନବରଙ୍ଗପୁର ଉପଜିଲ୍ଲାପାଳ ଏବଂ ସିଡିଏମଓ ସ୍ଥିତି ଅନୁଧ୍ୟାନ କରିଛନ୍ତି । କୋଭିଡ୍ ହସ୍ପିଟାଲରେ ଭଙ୍ଗାରୁଜା କରିଥିବା ୨ ଭାଇଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି ।

Leave A Reply

Your email address will not be published.