କେନ୍ଦ୍ରାପଡ଼ା : ଅଶାନ୍ତ ହେଉଛି କେନ୍ଦ୍ରାପଡ଼ା ରାଜକନିକା । ଖରସ୍ରୋତାରେ ନିର୍ମାଣାଧୀନ ମେଗା ଓ୍ବାଟର ପ୍ରୋଜେକ୍ଟ କାମକୁ ନେଇ ତେଜିବାରେ ଲାଗିଛି ଅଶାନ୍ତି । ଖରସ୍ରୋତାରୁ ଭଦ୍ରକକୁ ପାଣି ଦେବାକୁ ବିରୋଧ ଏବେ ଉଗ୍ରରୂପ ନେଇଛି । ବରୁଣାଡିହାରେ ଖରସ୍ରୋତା ସଂଗ୍ରାମ ସମିତିର କର୍ମକର୍ତ୍ତା ରାସ୍ତା ଅବରୋଧ କରିବା ପରେ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ଏଥିସହ ପ୍ରକଳ୍ପ କାମ ଚାଲିଥିବା ସ୍ଥାନରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଆନ୍ଦୋଳନକାରୀ ।
ଗତକାଲି ଖରସ୍ରୋତା ବଞ୍ଚାଅ ସମିତି ଓ ପ୍ରଶାସନ ମଧ୍ୟରେ ବୈଠକ ବସିଥିଲେ ବି ସମାଧାନର ବାଟ ବାହାରିନଥିଲା । ଆନ୍ଦୋଳନକାରୀ ମାନେ ନଦୀବନ୍ଧ ଉପରେ ବ୍ୟାରେଜ କରିବାକୁ ଦାବି କରିଥିବା ବେଳେ ପ୍ରଶାସନ ଏହାକୁ ମାନିନଥିଲା । ଫଳରେ ଆଜି ହଜାର ହଜାର ଆନ୍ଦୋଳନକାରୀ ରାଜରାସ୍ତାକୁ ଓହ୍ଲାଇଥିଲେ । ଫଳରେ ପୋଲିସ ସହ ମୁହାଁମୁହିଁ ହୋଇଥିଲା । ବ୍ୟାରିକେଡ ଭାଙ୍ଗି ଆନ୍ଦୋଳନକାରୀମାନେ ପ୍ରକଳ୍ପ ସ୍ଥାନରେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ପାଣି ଟ୍ୟାଙ୍କର, କଣ୍ଟେନର ଓ ପ୍ରକଳ୍ପ ସ୍ଥାନରେ ଥିବା ଯନ୍ତ୍ରାଂଶକୁ ଭାଙ୍ଗି ଦେଇଛନ୍ତି ।
ବରୁଣାଡିହରେ ଆନ୍ଦୋଳନକାରୀମାନେ ଥିବା ବେଳେ ପ୍ରକଳ୍ପ ଅଞ୍ଚଳକୁ ଜଗି ରହିଛି ପୋଲିସ । ପ୍ରକଳ୍ପ କାମକୁ ଖରସ୍ରୋତା ବଞ୍ଚାଅ ସମିତି ବିରୋଧ କରି ଆସୁଥିବା କାମ ଜାରି ରଖିଛି ପ୍ରଶାସନ । ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ୩ଟି ପଞ୍ଚାୟତର ୧୪୪ ଧାରା ଜାରି କରାଯାଇଛି । ହୋଇଥିବା ବେଳେ ପ୍ରକଳ୍ପ ସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି ।
Comments are closed.