Latest Odisha News

ଭୟଙ୍କର ଷ୍ଟଣ୍ଟ୍‌: ଯୁବତୀଙ୍କ ପିଠି ଉପରେ ସାଇକେଲ ପାର କଲେ ଯୁବକ

ମୁମ୍ବାଇ: ସୋସିଆଲ ମିଡ଼ିଆରେ ଆମକୁ ଅଜବ ଅଜବ ଭିଡ଼ିଓ ଦେଖିବାକୁ ମିଳିଥାଏ । ଯାହାକୁ ଦେଖିଲେ ବି ଆମେ ବିଶ୍ୱାସ କରି ପାରନ୍ତି ନାହିଁ । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିିଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଯେଉଁଥିରେ ଜଣେ ଯୁବତୀ ରାସ୍ତାରେ ଭୟଙ୍କର ଷ୍ଟଣ୍ଟ୍ ଦେଖାଉଛନ୍ତି । ଆଉ ଏହି ସମୟରେ ଜଣେ ଯୁବକ ତାଙ୍କ ଉପରେ ସାଇକେଲ ପାର କରାଉଛନ୍ତି ।

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବତୀ ରାସ୍ତାରେ ବିଭିନ୍ନ ପ୍ରକାରର ଷ୍ଟଣ୍ଟ ଦେଖାଉଛନ୍ତି । ତାହା ଆପଣ ପୂର୍ବରୁ କେବେ ଦେଖି ନ ଥିବେ । ଯୁବତୀ ଜଣକ ମୁଣ୍ଡ ତଳକୁ କରି ଦୁଇ ଗୋଡ଼କୁ ୧୮୦ ଡିଗ୍ରୀ ଆଙ୍ଗେଲ୍‌ରେ ରଖି ଷ୍ଟଣ୍ଟ୍ ଦେଖାଉଛନ୍ତି । ଏହି ସମୟରେ ଜଣେ ଯୁବକ ସାଇକେଲ ଚଳାଇ ତାଙ୍କ ଉପରକୁ ଲମ୍ପ ପ୍ରଦାନ କରି ଷ୍ଟଣ୍ଟ ଦେଖାଉଛନ୍ତି । ଏହି ଭିଡିଓଟି ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖିବା ପରେ ଲୋକେ ପସନ୍ଦ କରିବା ସହ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

Comments are closed.