ଡେଲାଙ୍ଗ: ବୋମା ଭିଡୁଥିବା ସମୟରେ ବିସ୍ପୋରଣ ଘଟି ଯୁବକ ଗୁରୁତର । ଏଭଳି ଅଘଟଣ ଘଟିଛି ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଞ୍ଚଳରେ । ଥାନା ନିକଟରେ ଥିବା ଏକ ଜଙ୍ଗଲରେ ବୋମା ଭିଡୁଥିବା ବେଳେ ବିସ୍ପୋରଣ ଘଟିଥିଲା । ଏଥିରେ ଯୁବକଙ୍କ ହାତ ପାପୁଲି ଛିଡି ଯାଇଥିବା ଜଣାପଡିଛି ।
ଆହତ ଯୁବକ ଜଣଙ୍କ ଡେଲାଙ୍ଗ କୁଆପଦା ଅଞ୍ଚଳର ବୋଲି ଜଣାପଡିଛି । ପ୍ରଥମେ ଯୁବକଙ୍କୁ ଡେଲାଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡେଲାଙ୍ଗରୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି । ଏହି ବିସ୍ଫୋରଣ ପରେ ସମଗ୍ର ଅଞ୍ଚଳରେ ଏକ ପ୍ରକାର ଚର୍ଚ୍ଚାର ବିଷୟ ପାଲଟିଛି ।