Latest Odisha News

BREAKING NEWS

ଚମ୍ପୁଆ ରେଞ୍ଜରେ୨୬ ଟିକିଆ ହାତୀପଲ ଆତଙ୍କ

କେନ୍ଦୁଝର: ଚମ୍ପୁଆ ରେଞ୍ଜରେ୨୬ ଟିକିଆ ହାତୀପଲ । ଆତଙ୍କ କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜକୁ ଧସେଇ ପଶିଲେ ହାତୀପଲ । ବିଳମ୍ବିତ ରାତିରେ ହାତୀପଲ ସଦର ରେଞ୍ଜର ଜଡିପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଔଷଧ ମହଜୁଦ ରହୁଥିବା ଘରର କାନ୍ଥ ଓ କଣା ପଶି ଗ୍ରାମରେ ଗୋଟିଏ ଘର ଭାଙ୍ଗି ଦେଇଛନ୍ତି ହାତୀପଲ ।

ଉଖୁଣ୍ଡା ସେକ୍ସନର କାଶୀପୁର, ପୋଡା ସିମିଳା, ଉଖୁଣ୍ଡା ଗ୍ରାମରେ ବ୍ୟାପକ ଧାନ ଓ ପନି ପରିବା ଚାଷ ନଷ୍ଟ କରିବା ଗାଁରେ  ଘର ଭାଙ୍ଗି ଧାନ ଚାଉଳ ଖାଇ ନଷ୍ଟ କରିଦେଇଛନ୍ତି ।

ଏଇ ହାତୀପଲରେ ୫ ଟି ଦନ୍ତା ଓ ୧୦ ଟି ଛୁଆ ହାତୀ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏବେ ହାତୀପଲ ବର୍ଦ୍ଧନା ଜଙ୍ଗଲରେ ଡେରା ପକାଇଛନ୍ତି । ଗାଁ ନିକଟରେ ହାତୀପଲ ଥିବାରୁ ଜ୍ୟୋତିପୁର, ମାଳିପଶି, ପଦ୍ମପୁର ଓ ଭୁଇଁପୁର, ଝାଲିଆବେଡା ଗାଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଖୁବ ଶୀଘ୍ର ହାତୀପଲଙ୍କୁ ଘଉଡାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Leave A Reply

Your email address will not be published.